ପାଓ କନ୍ଧମାଳର ସମସ୍ତ ସଦସ୍ୟଙ୍କୁ କ୍ୟାମେରା ତାଲିମ ଦିଆଯିବାକୁ ନିଷ୍ପତି

add-all

ଫୁଲବାଣୀ : ଫୋଟ ଏକ୍ସପୋ ୨୦୨୨ ଫଟୋଗ୍ରାଫି ଓଡିଶା ଆସୋସିଏସନ (ପାଓ) ଦ୍ୱାରା ଭୁବନେଶ୍ୱର ସୋଆ ୟୁନିଭେରସିଟି ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପାଓ ଦ୍ୱାରା ବରିଷ୍ଠ ଫୋଟ ଗ୍ରାଫର ଶ୍ରୀଯୁକ୍ତ ଶଶିଭୂଷଣ ଜେନା ଙ୍କୁ ଉଦଯାପନୀରେ ଲାଇଫ ଟାଇମ ଆଚିଭମେଣ୍ଟରେ ସମ୍ମାନିତ କରା ଯାଇଥିଲା l ପାଓ କନ୍ଧମାଳର ସଭାପତି ରାଜେଶ ପାଣିଗ୍ରାହୀ ଏବଂ କନଭେନସନର ଗୋପାଳ ପାତ୍ର,ସିପୁନ ବେହେରା, ରାମକୃଷ୍ଣ ପଣ୍ଡା,ଅସିତ ବେହେରା,ରାଜା ବେହେରା, ସନ୍ତୋଷ ଦଳାଇ,ସୁମିତ ବିନ୍ଧାଣି, ରାକେଶ ପାଢ଼ୀ,ଅଜିତ କୁମାର ମିଶ୍ର, ଆରିଆ ଆଚlରୀ, ରାଜୁ ଶତପଥି, ଆଲୋକ ଦିଗାଲ, ବାଦଲ ବଗର୍ତି ପ୍ରମୁଖ ଯୋଗ ଦେଇଥିଲେ l ଆଗାମୀ ଦିନରେ ପାଓ କନ୍ଧମାଳକୁ ସୋନୀ, ନିକୋନ, କ୍ୟାନ୍ନନ, ଫୁଜି କମ୍ପାନୀ ଆସି ପାଓ କନ୍ଧମାଳର ସମସ୍ତ ସଦସ୍ୟଙ୍କୁ କ୍ୟାମେରା ଉପରେ ତାଲିମ ଦିଆଯିବାକୁ ନିଷ୍ପତ୍ତି ହୋଇଛି l

ad-week
Leave A Reply

Your email address will not be published.