ପବିତ୍ର ଶିଶୁଦିବସ ଉପଲକ୍ଷେ କ୍ରାନ୍ତି ଯୁବଛାତ୍ର ସଂଘ ତରଫରୁ ୫୦ ୟୁନିଟ୍ ରକ୍ତ ସଂଗ୍ରହ

add-all

ଛତ୍ରପୁର : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ମୃତିଚାରଣ ତଥା ଶିଶୁ ଦିବସ ଅବସରରେ କ୍ରାନ୍ତି ଯୁବଛାତ୍ର ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ରାନ୍ତି ଯୁବଛାତ୍ର ସଂଘର ସଭାପତି ଇଜୁ ଆମିନ୍ ଖାନ୍ ଓ ‘ସମାଜସେବୀ ଭାଗିରଥୀ ବେହେରାଙ୍କ ମିଳିତ ସହେଯାଗରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ଶିବିରରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏଥିରେ ଯୁବ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତିବେଶଷମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରକୁ ନବନିର୍ମାଣ କୃଷକ ସଂଘଠନ ରାଜ୍ୟ ସଭାପତି ଶେଷଦେବ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିବା ବେଳେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଶାଖା ପରିଚାଳକ ରାକେଶ ମାଲୁ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଗଞ୍ଜାମ ବ୍ଲକ କଂଗ୍ରେସ କମିଟିର ସଭାପତି ଏନ୍‌.ଗଣେଶ ରେଡ୍ଡୀ, ୟୁଥମାସ ସେବା ସଂଘର ସଂପାଦକ ସୟଦ ମୁକ୍ତାର, ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ସିମାଞ୍ଚଳ ନାହାକ,ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଗଣପତି ବାରିକ, ନିଳାଦ୍ରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ସଂପୂର୍ଣ୍ଣ ମାତ୍ରାରେ ସଂଘର ସଂପାଦକ ଜଲାଲ ଖାନ୍‌, ମହେଶ କୁମାର ଗୌଡ, ରଞ୍ଜିତ୍ କୁମାର ରଥ,ସୁବୋଧ ସୁମନ ସ୍ୱାଇଁ, ଚକ୍ରପାଣି ପଲାଇ , ବିଚିତ୍ରନନ୍ଦ ପ୍ରଧାନ, ଆଶୁତୋଷ ଦାସ , କାହ୍ନା ନାହାକ, ଏନ୍ ସି ସି ୱିଙ୍ଗ ଲିଡର ସମରାଜୁ ଡିମ୍ପଲ, ପି.ରାଜଲକ୍ଷ୍ମୀ ରାଓ,ଆଶୁତୋଷ ସେଠି ,ରକି ନାହାକ, ଶୁଭ୍ରାଂଶୁ ପ୍ରଧାନ, ରାମ ନାରାୟଣ ବେହେରା , ଆଶିଷ ବେହେରା, ସୁମନ ରେଡି, ରଞ୍ଜିତ ପ୍ରଧାନ ଓ ହରି ରେଡି ପ୍ରମୁଖ ସହଯୋଗ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

ad-week
Leave A Reply

Your email address will not be published.