ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିନେଇ ସ୍ମାରକ ପତ୍ର ପ୍ରଦାନ

add-all

ଦାରିଙ୍ଗବାଡ଼ି,୧୪/୧୧ : ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଆଜି ଏହି ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦାବିନେଇ ସ୍ମାରକ ପତ୍ର ମୁଖ୍ୟ ଶାସନ ସଚିବଙ୍କ ଉଦ୍ଧେଶ୍ୟରେ ଦାରିଙ୍ଗବାଡ଼ି ଜନସ୍ୱାସ୍ଥ ଅଧିକାରୀ ଡା. ଜାକେଶ ସାମନ୍ତରାୟଙ୍କୁ ପ୍ରଦାନ କରିବା ସହ ଆଜି ଠାରୁ କଳା ବ୍ୟାଜ ପିନ୍ଧି ଆସନ୍ତା ୧୯ତାରିଖ ଯାଏ କାର୍ଯ୍ୟ କରିବେ । ୨୦ ତାରିଖ ମଧ୍ୟରେ ସରକାର ଏହାର ବିଚାର ନକରନ୍ତି ତେବେ ୨୬.୧୧.୨୦୨୨ ତାରିଖ ଠାରୁ ନିରବ ଓ ଶାନ୍ତି ଧାରଣା ଦେବା ପାଇଁ ସରକାରଙ୍କୁ ଧମକ ଦେଇଛନ୍ତି । ୨୦୧୮ ମସିହା ଜୁନ ୨୫,୨୬, ଓ ୨୭ ତିନିଦିନ ଧରି ଧାରଣା ଦେଇଥିଲେ ସେହି ସମୟରେ ସ୍ଥାୟୀ ନିଯୁକ୍ତି ନେଇ କାର୍ଯ୍ୟ କରିବାକୁ ସଚିବ ଓ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜସୁଧା କାର୍ଯ୍ୟକାରୀ କରିନଥିବା ଦୁଃଖର ବିଷୟ ବୋଲି କହିଛନ୍ତି ।

ad-week
Leave A Reply

Your email address will not be published.