ଗଣମାଧ୍ୟମ ଲୋକଙ୍କ ପାଇଁ, ଲୋକ ମାନଙ୍କର ଓ ଲୋକଙ୍କ ଦ୍ବାରା ବିଚାର ଅକ୍ଷୁର୍ଣ୍ଣ ରହୁ…

add-all


(ଜାତୀୟ ପ୍ରେସ୍ ଦିବସ ଅବସରରେ ପଦେ…)

ଜାତୀୟ ପ୍ରେସ୍ ଦିବସ ପାଳନ କରିବା ଗଣମାଧ୍ୟମ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକ ବ୍ଯକ୍ତି ବିଶେଷ ଙ୍କ ପାଇଁ ଗୌରବ ଦିନ। ଦୈନିକ ଗାଁ ରୁ ସହର ଦେଶ ବିଦେଶ ପର୍ଯ୍ୟନ୍ତ ଖବର ସଂଗ୍ରହ କରି ଲୋକ ମାନଙ୍କ ପାଖରେ ନୈତିକ ଦାୟିତ୍ୱ ବହନ କରି ଆସୁଥିବା ମୋ ପରି ଅନେକ ବନ୍ଧୁ ଙ୍କ ପାଇଁ ଆଜିର ଦିନ ଅନୁଶୀଳନ କରିବା ପାଇଁ ଗୋଟିଏ ଅବସର। ସାଂପ୍ରତିକ ସମୟରେ ଗଣମାଧ୍ୟମ ସହିତ ଯୋଡି ହୋଇଥିବା ପ୍ରତ୍ୟେକ ବ୍ଯକ୍ତି ଙ୍କ ପାଇଁ ଏକ ରୁ ଅନେକ ଆହ୍ବାନ ମଧ୍ଯ ମୁଣ୍ଡ ଟେକି ଠିଆ ହୋଇଥିବା ବିଷୟକୁ ଅସ୍ବୀକାର କରି ହେବ ନାହିଁ। ଦୁଇ ତିନି ଦଶନ୍ଧି ସମୟ ମଧ୍ଯ ରେ ଗଣମାଧ୍ୟମ ସାରା ପୃଥିବୀରେ ସ୍ବତନ୍ତ୍ର ସ୍ଥାନ ଦଖଲ କରି ଚାଲିବା ସମୟ ରେ ଏହି ଗଣମାଧ୍ୟମ ସହିତ ଅନେକ ପ୍ରଶ୍ନ ମଧ୍ଯ ଯୋଡ଼ି ହୋଇଛି। ନିରପେକ୍ଷ ନିଷ୍ପକ୍ଷ ନୀର୍ଭିକ ସ୍ବାଧୀନତା ଗୁରୁତ୍ବ ପୂର୍ଣ ଦିଗ ଗୁଡିକ କ୍ରମଶଃ ଦୁର୍ବଳ ଏବଂ ରାଜନୈତିକ ଶକ୍ତି ନିକଟରେ ଗଣମାଧ୍ୟମ ସ୍ବର ଖୁବ୍ ଅସହାୟ ବିବଶ କାହିଁକି ଏହା ମଧ୍ଯ ଚିନ୍ତାର କାରଣ। ଦୈନିକ ଗଣମାଧ୍ୟମ ସହିତ ଯେଉଁ ମାନେ ଯୋଡ଼ି ହୋଇ କାର୍ଯ୍ୟ କରୁଛନ୍ତି ଜୀବନ ଜୀବିକା ସଂଘର୍ଷ କାହାଣୀର ଅନ୍ତ ନାହିଁ। ସାମ୍ବାଦିକତା କୁ ପେଶା କରି ବଡ଼ ବଡ଼ ସ୍ବପ୍ନ ଦେଖି ଅସୁଥିବା ଜ୍ଞାନୀ ଗୁଣୀମାନଙ୍କର କୌଣସି ଗଣମାଧ୍ୟମ ସହିତ କିଛି ଦିନ ଚାଲୁଥିବା ସମୟ ରେ ସଂପାଦକ ଙ୍କ ମନ ଜିଣିବା ପାଇଁ ବିଚାର ସମନ୍ବୟ ଅଭାବ କାରଣ ରୁ ସେହି ସଂସ୍ଥା ଛାଡି ଚାଲିବାକୁ ନିଷ୍ପତ୍ତି ନିଆଯାଇ ଜଣେ ସାମ୍ବାଦିକତା ପେଶା କରୁଥିବା ବ୍ଯକ୍ତି ଉପହସିତ ହେବାକୁ ପଡି ଥାଏ।

ଗଣମାଧ୍ୟମ ଲୋକ ମାନଙ୍କ ସ୍ବର ନୁହଁ ବରଂ ବଡ଼ ବଡ଼ କର୍ପୋରେଟ ମାଲିକ ଙ୍କ ପରିଚାଳିତ ଗୋଟିଏ ଅନୁଷ୍ଠାନ ଯେଉଁ ଠାରେ ନିରପେକ୍ଷ କଥା ନିରର୍ଥକ। ଆମ ସହିତ ଘଟିଯାଉଛି ଅନେକ ଯନ୍ତ୍ରଣା ମୟ ଘଟଣା କହି ହୁଏ ନାହିଁ କି ସହି ହୁଏ ନାହିଁ।
ନେତା ବ୍ୟବସାୟୀ ବଡ଼ ବଡ଼ ପ୍ରତିଷ୍ଠିତ ବ୍ଯକ୍ତି ଙ୍କ ପାଇଁ ଗଣମାଧ୍ୟମ ଗୋଟିଏ ସଉକ ପରି ମନେ ହୁଏ। ସାମ୍ବାଦିକତା ପେଶା କରୁଥିବା ମଣିଷର ଭାଗ୍ଯ ଯେତେବେଳେ ଏପରି କିଛି ମଣିଷଙ୍କ ସହିତ ଯୋଡ଼ି ହୋଇ ଯାଏ ଯେଉଁ ମାନେ ନିଜ ସ୍ବାର୍ଥ ପାଇଁ ଜନତାର ସ୍ବାର୍ଥ ଗୌଣ କରି ଦିଅନ୍ତି। ସଂପାଦକ ଙ୍କ ସହିତ ରାଜନୈତିକ ଲୋକ ମାନଙ୍କ ପ୍ରତ୍ୟକ୍ଷ ସଂପର୍କ କାରଣ ରୁ ଖବର ସଂଗ୍ରହ କରି ପ୍ରକାଶ ପର୍ୟ୍ଯନ୍ତ ଆମ ସହିତ ଛଳନା ପରି ମନେ ହୁଏ।

ଆଜି ଜାତୀୟ ପ୍ରେସ୍ ଦିବସ ପାଳନ କରିବା ଅବସରରେ ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ ବିଷୟ ଯୋ ସାମ୍ବାଦିକତା ପେଶା କରୁଥିବା କିଛି ମଣିଷ ପାଇଁ ସାମ୍ବାଦିକତା ଗୋଟିଏ ସଉଦା ହେଉଥିବା ବେଳେ ପ୍ରକୃତ ତଥ୍ଯ ପରିବେଷଣ କରିବା ପାଇଁ ନିଜ ସହିତ ଛଳନା କରି କଲମକୁ ଅନ୍ୟ କାହା ନିକଟରେ ବନ୍ଧା ପଡି ଯାଇଥିବା ପରି ଅନୁଭବ ମଧ୍ଯ ହୁଏ। ଗଣମାଧ୍ୟମ ସହିତ ଛଳନା ଜନତା ମାନଙ୍କ ସହିତ ଛଳନା ଏହି କଥା ଅନୁଭବ କରିବା ପାଇଁ କ୍ବଚିତ ଗଣମାଧ୍ୟମ ସହିତ ଯୋଡ଼ି ହୋଇ ଥିବା ମଣିଷ ଅଛନ୍ତି। ଗଣମାଧ୍ୟମ ରେ ସ୍ବର ଶାଣିତ କରିବା ପାଇଁ ସାହାସ ସଂଚୟ କରିବା ସମୟରେ ଏହା କୁ ପରିଚାଳିତ କରିବା ରେ ଯେଉଁ ମାନେ ଗୁରୁତ୍ବପୂର୍ଣ୍ଣ ପଦ ପଦବୀ ରେ ସହନଶୀଳ ବ୍ଯକ୍ତି ଅଭାବ। ସରକାରୀ ଅଧିକାରୀମାନଙ୍କ ହେଉ କିମ୍ବା ନେତୃତ୍ବ ନେଉଥିବା ସରକାରୀ ମନ୍ତ୍ରୀ ତନ୍ତ୍ରୀ ଯନ୍ତ୍ରୀ ଙ୍କ ଠାରୁ ବିଜ୍ଞାପନ ପାଇବା ଆଶାରେ ସତ୍ଯ କଥା ଉନ୍ମୋଚନ କରିବା ଆଦୌ ସମ୍ଭବ ନୁହଁ।
ବର୍ତ୍ତମାନ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ ବର୍ତ୍ତମାନ ଅସଲି ସାମ୍ବାଦିକତା ପେଶା କରୁଥିବା ଲୋକ ମାନଙ୍କ ସଂଖ୍ଯା ଠାରୁ ନକଲି ସାମ୍ବାଦିକତା ପେଶା କରୁଥିବା ଲୋକ ମାନଙ୍କ ସଂଖ୍ଯା ଦିନ କୁ ଦିନ ବଢି ଚାଲୁଥିବା ଦେଖିବାକୁ ମିଳେ। ସରକାରୀ ବାବୁ ମାନଙ୍କ ଆଖିରେ ପ୍ରଲେପ ଲଗାଇ ନକଲି ସାମ୍ବାଦିକତା ପେଶା କରୁଥିବା ବ୍ଯକ୍ତି ଆଜି ଅସଲି ସାମ୍ବାଦିକ ହୋଇ ପାରୁଛି କିପରି? କେଉଁ ଅଧିକାର ବଳରେ ଗୋଟିଏ ନକଲି ସାମ୍ବାଦିକ ସମାଜରେ ଦୌରାତ୍ମ୍ଯ ବଢି ଚାଲିବାକୁ ସୁଯୋଗ ମିଳୁଚି। ଲୋକ ସଂପର୍କ ବିଭାଗ ରେ ଏ ସବୁ ତଥ୍ଯ ଥାଇ ମଧ୍ଯ ସେ ଅସହାୟ ବିବଶ କାହିଁକି? ବର୍ତ୍ତମାନ କୌଣସି ଗଣମାଧ୍ୟମ ବ୍ଯକ୍ତି କୁ ସାମାଜିକ ସାସ୍କୃତିକ ଉତ୍ସବ ପାଳନ କରିବା ସମୟରେ କେଉଁଠି ଅବହେଳିତ ହୁଏ ପୁଣି କେଉଁ ଏକ ମଂଚ ରେ ନକଲି ସାମ୍ବାଦିକ ସମାଜରେ ପ୍ରତିଭା ସମ୍ମାନ କରିବା ନିହାତି ଚିନ୍ତା କାରଣ

ବର୍ତ୍ତମାନ ମୁଁ ସାମ୍ବାଦିକତା ପେଶା ଜୀବନ ରେ ଯେଉଁ ଅନୁଭବ କରି ଆସୁଛି ବର୍ତ୍ତମାନ ନକଲି ସାମ୍ବାଦିକ କରୁଥିବା କିଛି ବ୍ଯକ୍ତି ଙ୍କ ପାଇଁ ଅସହାୟ ଅସଲି ସାମ୍ବାଦିକ ମଧ୍ଯ ନିନ୍ଦାର ପାତ୍ର ଏବଂ ଉପହସିତ ହେବାକୁ ପଡି ଥାଏ। ଆଜି ଜାତୀୟ ପ୍ରେସ୍ ଦିବସ ପାଳନ କରିବା ପାଇଁ ବହୁତ ବଡ଼ ବଡ଼ ଆୟୋଜନ କିନ୍ତୁ ଗଣମାଧ୍ୟମ ଓ ଅଭିବ୍ୟକ୍ତି ର ସ୍ବାଧୀନତା ଯେତେବେଳେ ବିପଦ ହୁଏ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ତାର ଧର୍ମ ସୁରକ୍ଷିତ ରଖିବ କିପରି ଏହା ଗୋଟିଏ ଅସମାହିତ ପ୍ରଶ୍ନ….??

ହେମାଙ୍ଗ ପ୍ରସାଦ ରାଉଳ
ବରିଷ୍ଠ ସାମ୍ବାଦିକ
ନିସର୍ତ୍ତ ମୁଖ୍ଯ
ad-week
Leave A Reply

Your email address will not be published.