ବିଜେପିରେ ସାମିଲ ହେବାକୁ ଥିବା ନେତାଙ୍କ ମୃତଦେହ ମିଳିଲା, ପଥରରେ ଛେଚା ଯାଇଛି ଗୁପ୍ତାଙ୍ଗ

add-all

ବେଙ୍ଗାଲୁରୁ: ମିଳିଲା କିଛି ଦିନ ପରେ ବିଜେପିରେ ସାମିଲ ହେବାକୁ ଥିବା ନେତାଙ୍କ ମୃତଦେହ। ପଥରରେ ଛେଚା ଯାଇଛି ଗୁପ୍ତାଙ୍ଗ। କର୍ଣ୍ଣାଟକରେ ପୂର୍ବତନ ଜେଡିଏସ ନେତାଙ୍କ ହତ୍ୟା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ୬୪ବର୍ଷିୟ ମଲ୍ଲିକାର୍ଜୁନ ମୁଥିଆଲ କିଛି ଦିନ ମଧ୍ୟରେ ବିଜେପିରେ ଯୋଗଦେଇଥାନ୍ତେ। ହେଲେ ଏବେ ତାଙ୍କର ମୃତଦେହ ମିଳିବା ସହ ଆକ୍ରମଣକାରୀମାନେ ତାଙ୍କ ବ୍ୟକ୍ତିଗତ ଅଙ୍ଗକୁ ପଥରରେ ଛେଚିଥିବା ସାମ୍ନାକୁ ଆସିଛି। ମୁଥିଆଲ କର୍ଣ୍ଣାଟକର କାଲାବୁର୍ଗି ଜିଲ୍ଲାର ବାସିନ୍ଦା ଥିଲେ। ହତ୍ୟାର ଗୋଟିଏ ଦିନ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ବସବରାଜ ବମ୍ମାଇଙ୍କ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।
ପୁଲିସର ସୂଚନାନୁସାରେ, ମଲ୍ଲିକାର୍ଜୁନ ମୁଥିଆଲ ରାଜନେତା ସହ ସେଦାମ ସହରରେ ଥିବା ବିଷ୍ଣୁ ନାମକ ଏକ ବୈଦ୍ୟୁତିକ ଦୋକାନର ମାଲିକ ଥିଲେ। ଏହି ଦୋକାନରୁ ତାଙ୍କ ମୃତଦେହ ମିଳିଥିବା ସହ ଦୋକାନରେ ଥିବା ଟଙ୍କା ଚୋରି ହୋଇଛି। କିଛି ଅପରାଧୀ ଚୋରି କରିବାକୁ ଆସି ଏଭଳି କରିଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ସତ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ​​

ମୁଥିଆଲଙ୍କ ପୁଅ ଭେଙ୍କଟେଶ କହିଛନ୍ତି, “ପୂର୍ବରୁ ମଧ୍ୟ ଦୋକାନରୁ ଚୋରି ହୋଇ ସାରିଥିବାରୁ ମୋ ବାପା ନିଜେ ଦୋକାନରେ ଶୋଉଥିଲେ। ମୋର ସନ୍ଦେହ ପୁଣି ଥରେ ଚୋରି ହେବ। ଅଭିଯୁକ୍ତମାନେ ମୋ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଟଙ୍କା ଲୁଟି ନେଇଛନ୍ତି। ଏହା ସହ ଦୋକାନରେ ଥିବା ଗୁରୁତ୍ବପୂର୍ଣ୍ଣ ଦଲିଲ ଥିଲା ତାକୁ ମଧ୍ୟ ଆକ୍ରମଣକାରୀମାନେ ନଷ୍ଟ କରିଛନ୍ତି।”

ad-week
Leave A Reply

Your email address will not be published.