ଚିତ୍ରକୋଣ୍ଡା ରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ କଳାବ୍ୟାଚ ପିନ୍ଧି ପ୍ରତିବାଦ

add-all

ଚିତ୍ରକୋଣ୍ଡା(୧୭/୧୧) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟର ଠିକା କର୍ମଚାରୀ,ବନାଞ୍ଚଳ କାର୍ଯ୍ୟାଳୟରେ ଥିବା ଠିକା କର୍ମଚାରୀ,ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ଠିକା କର୍ମଚାରୀ ଏବଂ ବାଲିମେଳା ଜଳ ଭଣ୍ଡାର ପ୍ରକଳ୍ପ ଅଧୀନରେ ଥିବା ସିକ୍ୟୁରିଟି ଗାର୍ଡ ଭଳି ଆଉଟସୋର୍ସିଙ୍ଗ ଠିକା କର୍ମଚାରୀ ମାନେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଭଳି ବିଭିନ୍ନ ଦାବିରେ ନିଜ ନିଜ କାର୍ଯ୍ୟାଳୟ ଆଗରେ ଗଲା ୧୪ ତାରିଖ ଠାରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଆରମ୍ଭ କରିଛନ୍ତି । ଏହା ୧୯ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ଚାଲୁ ରହିବ ବୋଲି କର୍ମଚାରୀ ଏକତ୍ରିତ ହୋଇ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.