ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ନିର୍ମାଣ ନିମନ୍ତେ ଓଡିଶା ଉନ୍ନୟନ ଫୋରମ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

add-all

ଛତ୍ରପୁର : ଓଡ଼ିଶା ଉନ୍ନୟନ ଫୋରମ୍ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ଗ୍ରୀନ ଫିଲ୍ଡ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ଉଡାଣ ଯୋଜନାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗା ଦର୍ଶାଇ ଦିଆଯାଇଛି। ଏହା ଟେକ୍ନିକାଲ କମିଟି ଓ ଜିଲ୍ଲା ପ୍ରଶାସନ ନିର୍ଧାରଣ କରିବେ ଯାହା ସମସ୍ତଙ୍କୁ ସୁହାଇଲା ଭଳି କାର୍ଯ୍ୟକ୍ରମ କରାଯିବ। ଜିଲ୍ଲାପାଳ କହିଲେ ଏହି ପ୍ରକ୍ରିୟା ଚାଲୁ ରହିଛି। ଅନୁଧ୍ୟାନକାରୀ କମିଟି ତାହା କେଉଁ ଜାଗା ଅବତରଣ କରିବା ସୁବିଧା ହେବ। ତାହା କମ୍ ଦିନ ଭିତରେ ହେବା ପାଇଁ ପ୍ରକ୍ରିୟା ଚାଲୁ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିର୍ଦ୍ଧାରିତ ସ୍ଥାନ ଗୁଡ଼ିକ ହେଲା, ଶିତାଳପଳି କୁକୁଦଖଣ୍ଡି 1214 ଏକର, ରଙ୍ଗେଇଲୁଣ୍ଡା କନିଶୀ ତହସିଲ 1000 ଏକର, ହୁମା ସାଲ୍ଟ ପଡିଆ 700 ଏକର, ଟାଟା ଏସ ଇ ଜେଡ 3000 ଏକର, ଚଣ୍ଡିପଦର ବ୍ରହ୍ମପୁର, ସୋରଲ ସୋନପୁର ସମୁଦ୍ର କୁଳିଆ ପ୍ରଭୃତି j ସ୍ଥାନ ନଜରକୁ ଆସିଛି। ମୁଖ୍ୟମନ୍ତ୍ରୀ 2016 ମସିହାରେ ଭିତ୍ତିପ୍ରସ୍ତର ରଙ୍ଗେଇଲୁଣ୍ଡ ଠାରେ କରି ସୁଦ୍ଧା ଡମାଷ୍ଟିକ ଲାଣ୍ଡିଂ ବିମାନ ବନ୍ଦର ନିର୍ମାଣ ହୋଇପାରିନାହିଁ। ଭୁବନେଶ୍ୱର ଠାରୁ ପୁରୀ ମାତ୍ର 50 କି. ମି, କୋଣାର୍କ 30 କି. ମୀ, ରାଉରକେଲା ଝାରସୁଗୁଡ଼ା ମାତ୍ର 98 କିଲୋମିଟର ହୋଇପାରିଲା। ବ୍ରହ୍ମପୁର ଭୁବନେଶ୍ୱର 180 କିଲୋମିଟର ଓ ବିଶାଖାପାଟଣା 245 କିଲୋମଟରରୁ ଅଧିକ ଥାଇ ତାହା କାହିଁକି ହୋଇପାରୁନାହିଁ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଠାରେ ମେଡିକାଲ, ନାଇଜର, ଗ୍ରସୀମ, ଟାଟା ଇଣ୍ଡଷ୍ଟ୍ରି, ଆଇ ଆର ଇ, ଚିଲିକା ହ୍ରଦ, ତମ୍ପର, ତାରା ତରେଣୀ ମନ୍ଦିର, ବୁଦ୍ଧ ଖୋଲ, ନିର୍ମଳ ଝର, ବଟେ ଶ୍ୱର୍, ଓ ଅନ୍ୟାନ୍ୟ ପ୍ରାକୃତିକ ପରିବେଶ ସୌନ୍ଦର୍ଯ୍ୟରେ ଭରପୁର ଅଟେ। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଓଡ଼ିଶା ଉନ୍ନୟନ କମିଟି ସୋମେଶ୍ୱର ରାଓ, ବାଳକୃଷ୍ଣ ସାମନ୍ତରା, ଭୀମସେନ ବେହେରା (ମତ୍ସ୍ୟଜୀବି ନେତା), କୃଷ୍ନଚନ୍ଦ୍ର ସାହୁ, ପ୍ରୀତିଶ କୁମାର, ସରିତା ପଣ୍ଡା ପ୍ରମୁଖ ଦାବୀପତ୍ର ପ୍ରଦାନ କରିଥିଲେ |

ad-week
Leave A Reply

Your email address will not be published.