ଚିକିଟି ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

add-all

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ଵିଜ୍ଞାପିତ ଅଞ୍ଚଳ ପରିଷଧ ଅନ୍ତର୍ଗତ ସର୍ବ ପୁରାତନ ଚିକିଟି ନୋଡାଲ ହାଇସ୍କୁଲ ପ୍ରତିଷ୍ଠାର ୫୦ବର୍ଷ ପୂର୍ତ୍ତି ଅବସରରେ ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ।ତେବେ ଏଇଥିପାଇଁ ବୁଧବାର ସନ୍ଧ୍ୟାରେ ୧୯୭୨ମସିହାରୁ ଏଯାବତ ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ବର୍ତ୍ତମାନ ବାଣିଜ୍ୟକ,ରାଜନୈତିକ, ପ୍ରଶାସନିକ ତଥା ସମାଜର ବୋହୁ ପ୍ରତିଷ୍ଠିତ ସ୍ତରରେ ଥିବା ବେଳେ ସମସ୍ତେ ଏହି ସୁବର୍ଣ୍ଣ ଜୟନ୍ତୀ ରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।ଏହି କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ଏକ କମିଟି ଗଠନ ହୋଇଥିବା ବେଳେ ଉକ୍ତ କମିଟିରେ ସଭାପତି ଭାବେ ଡ଼ଃ ଶ୍ରୀ ପ୍ରଭୁ ପ୍ରସାଦ ପଣ୍ଡା, ଉପସଭାପତି-ଶ୍ରୀ ମାର୍କଣ୍ଡ ସାହୁ, ସମ୍ପାଦକ- ଶ୍ରୀ ନିରଞ୍ଜନ ସାହୁ, ସହସମ୍ପାଦକ- ଶ୍ରୀ ଅକ୍ଷୟ କୁମାର ସାହୁ, କୋଷାଦକ୍ଷ-ଶ୍ରୀ ସଦାନନ୍ଦ ସାହୁ, ଶ୍ରୀ ଏସ ଵାଲାଜି ସୁବୁଦ୍ଧି, ଶ୍ରୀ କେ କୃଷ୍ଣ ପ୍ରସାଦ ସୁବୁଦ୍ଧି,ମାର୍ଗଦର୍ଶକ-ଆଇନ ଜୀବୀ ଶ୍ରୀ ଲକ୍ଷ୍ମୀକାନ୍ତ ପ୍ରଧାନ,ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ଧର୍ମା ସାହୁ, ଶ୍ରୀ ପ୍ରମୋଦ କୁମାର ସାହୁ,ଶ୍ରୀ ବି ଅଶୋକ କୁମାର ସୁବୁଦ୍ଧି, ଶ୍ରୀ ପି ରାମକ୍ରିଷ୍ଣା ସୁବୁଦ୍ଧି,ଶ୍ରୀ ସଚ୍ଚିଦାନନ୍ଦ ପାତ୍ର ଓ ଶ୍ରୀ ଶ୍ରୀନିବାସ ପ୍ରଧାନ ରହିଥିବା ବେଳେ ସର୍ବ ବ୍ୟବସ୍ଥା ପ୍ରମୁଖ ଭାବେ ଶ୍ରୀ ରଘୁନନ୍ଦନ ସାହୁ ରହିଛନ୍ତି।କାର୍ଯ୍ୟକର୍ତ୍ତା ସଭ୍ୟବୃନ୍ଦ ଭାବେ-ପି ପ୍ରକାଶ ଚନ୍ଦ୍ର ସୁବୁଦ୍ଧି, ବି ଜଗନ୍ନାଥ ପାତ୍ର,ଜିତେନ୍ଦ୍ର ସାହୁ, ତ୍ରିପତି ସାହୁ, ସନ୍ତୋଷ ସାହୁ, ଅକ୍ଷୟ କୁମାର ସାହୁ, ରାମନାଥ ପ୍ରଧାନ, ଏସ କିଷାନ ସୁବୁଦ୍ଧି, ସୁବ୍ରତ ପାତ୍ର,କ୍ଷୀରମଣୀ ନାଇକ, ରାମହରି ବେହେରା, ପି ପ୍ରକାଶ ରାଓ ସୁବୁଦ୍ଧି, ଲିଙ୍ଗରାଜ ପ୍ରଧାନ, ଭାଗିରଥି ପାଣିଗ୍ରାହୀ, କେ ମନୋଜ ସୁବୁଦ୍ଧି, ଅରୁଣ କୁମାର ବିଷୋୟୀ, ବି କେଦାର ନାଥ ସୁବୁଦ୍ଧି,ସଞ୍ଜୟ କୁମାର ପୃଷ୍ଟି, ପୃଥିରାଜ ସାହୁ, ଡମ୍ବୁରୁଧର ସାହୁ ପ୍ରମୁଖ ରହିଥିବା ବେଳେ ଏହାକୁ ମହା ଧୁମ ଧାମରେ ପାଳନ କରିବା ପାଇଁ ବୈଠକରେ ସର୍ବ ସମତିକ୍ରମେ ଆଲୋଚନା ହୋଇଥିବା ବେଳେ ଏଥିରେ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନା କରାଯାଇଛି।

ad-week
Leave A Reply

Your email address will not be published.