ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା : ଦୁଇ ଶହ କଂଗ୍ରେସ ଓ ବିଜେପି କର୍ମୀ ବିଜେଡ଼ିରେ ସାମିଲ

add-all

ଦାରିଙ୍ଗବାଡ଼ି, ୧୭/୧୧, (ନିପ୍ର) : ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇବା ହି ଏହି ଜନ ସମ୍ପର୍କ ପଦଯାତ୍ରା ର ମୁଖ୍ୟ ଉଦେଶ୍ୟ। ଏହି ଅବସରରେ ଅତିଥି ଭାବେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ , କନ୍ଧମାଳ ଜିଲ୍ଲା ସ୍ବତତ୍ର ଅନୁସୂଚିତ ଜନଜାତିର ଉନ୍ନୟନ କମିଟିର ଅଧ୍ୟକ୍ଷ ରଦନ ମଳିକ , ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଂହର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଦବାଣୀ ନାୟକ, ଜିଲ୍ଲା ଯୁବ ଜନତା ଦଳ ସଭାପତି ବିଷ୍ଣୁ ମଳିକ, ଦାରିଙ୍ଗବାଡ଼ି ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ରାଇକିଆ ସମିତି ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ଟିକାବାଲି ସମିତି ଅଧ୍ୟକ୍ଷ ଦିଲିପ କଂହର, ଦାରିଙ୍ଗବାଡ଼ି ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, ଜି ଉଦୟଗିରି ଜିଲ୍ଲା ପରିଷଦ ସଦସ୍ୟା ଲିଲିମା ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ,ରାଇକିଆ ବ୍ଲକ ବିଧାୟକ ପ୍ରତିନିଧି ସୁଶୀଳ ଦିଗାଳ, ଉଦୟଗିରି ସମିତି ଉପାଧ୍ୟକ୍ଷ ଏନ ଲୁକ ଅନୁଷ୍ଠିତ ପଦଯାତ୍ରା ରେ ସାମିଲ ଥିଲେ। ଏଥିରେ ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡି ରେ ଯୋଗ ଦାନ କରିଥିଲେ ।

ad-week
Leave A Reply

Your email address will not be published.