କଂଗ୍ରେସ ନେତା ମୋତେ ‘ଔକାତ’ ଦେଖାଇବେ କହୁଛନ୍ତି: ମୋଦି

add-all

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନୀ ପ୍ରଚାର ଅଭିଯାନରା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲୁଥିବା ଭାରତ ଯୋଡ଼ୋ ଯାତ୍ରାକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଯେଉଁମାନେ କ୍ଷମତାରୁ ବିଦା ହୋଇଛନ୍ତି, ସେମାନେ ଏହି ଯାତ୍ରା କରି ପୁଣି ଥରେ କ୍ଷମତାକୁ ଫେରିବାକୁ ଚାହୁଁଛନ୍ତି।

ଗୁଜରାଟର ସୁରେନ୍ଦ୍ରନଗର ସହରରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଆହୁରି କହିଛନ୍ତି ଯେ, କିଛି ଲୋକ ଏହି ରାଜ୍ୟର ଲୁଣ ଖାଇ ଗୁଜରାଟ ସହ ଦୁର୍ବ୍ୟବହାର କରୁଛନ୍ତି। ଗୁଜରାଟ ଦେଶର ୮୦ ପ୍ରତିଶତ ଲୁଣ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁମାନେ ଦୀର୍ଘ ସମୟ ଧରି ସିଂହାସନରେ ବସିଥିଲେ ସେମାନେ କ୍ଷମତାକୁ ଫେରିବା ପାଇଁ ଯାତ୍ରା କରୁଛନ୍ତି।ସେମାନେ ଏହା କରିପାରିବେ । କିନ୍ତୁ ୪୦ ବର୍ଷ ଧରି ନର୍ମଦା ଡ୍ୟାମ୍ ପ୍ରକଳ୍ପକୁ ଅଟକାଇଥିବା ଲୋକଙ୍କ ସହିତ ସେମାନେ ବୁଲୁଛନ୍ତି।

ଏହି ତେରଛାବାଣ ମାଧ୍ୟରେ ସେ ସିଧାସଲଖ ମେଧାପାଟକରଙ୍କୁ ନିଶାନା କରିଛନ୍ତି। କାରଣ ନର୍ମଦା ଡ୍ୟାମ୍ ପ୍ରକଳ୍ପ ଆନ୍ଦୋଳନରେ ମେଧା ପାର୍ଟକର ପ୍ରମୁଖ ଭୂମିକା ନିଭାଇ ଥିଲା। ସେ ଏବେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ଅଛନ୍ତି। ୪୦ ବର୍ଷ ଧରି ନର୍ମଦା ଡ୍ୟାମ ପ୍ରକଳ୍ପକୁ ଅଟକାଇଥିବା ଲୋକଙ୍କୁ ଗୁଜରାଟର ଲୋକମାନେ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଥିବା ମୋଦି କହିଛନ୍ତି । ନିର୍ବାଚନ ସମୟରେ କଂଗ୍ରେସ ବିକାଶ କଥା କହିବା ପରିବର୍ତ୍ତେ ନିଜର ଔକାତ ଦେଖାଇବ ବୋଲି ଫୁଟାଣି ମାରୁଛି। ଅତୀତରେ କଂଗ୍ରେସ ‘ନୀଚ ଆଦମୀ’ , ମୌତ କା ସୌଦାଗର, ନାଳୀକା କୀଡ଼ା’ ଶବ୍ଦ ବ୍ୟବହାର କରିଛି। ଏବେ ସେମାନେ ବିକାଶ କଥା କହିବା ପରିବର୍ତ୍ତେ ମୋଦିର ଔକାତ କଥା କହୁଛନ୍ତି ବୋଲି ମୋଦି କହିଛନ୍ତି।

ad-week
Leave A Reply

Your email address will not be published.