ଧାର୍ମିକ ବିଶ୍ୱାସ ଅନୁଯାୟୀ ସତ୍ୟେନ୍ଦ୍ର ଜୈନଙ୍କୁ ଉପଯୁକ୍ତ ଖାଦ୍ୟ ଦିଆଯାଉ: କୋର୍ଟ

add-all

ନୂଆଦିଲ୍ଲୀ: ଜେଲରେ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତାଙ୍କର ଧାର୍ମିକ ବିଶ୍ୱାସ ଅନୁଯାୟୀ ଉପଯୁକ୍ତ ଖାଦ୍ୟ ପୂର୍ବ ଭଳି ଯୋଗାଇ ଦିଆଯିବ। ଜୈନଙ୍କ ଅବେଦନ ପରେ ଆଜି ଏଭଳି ରାୟ ଶୁଣାଇଛନ୍ତି କୋର୍ଟ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ଦିଲ୍ଲୀର ତିହାର ଜେଲକୁ ଏନେଇ ଉତ୍ତର ମାଗିଥିବା ସହ ଆସନ୍ତାକାଲି ଅପରାହ୍ନ ୨ଟାରେ ଏହାର ଶୁଣାଣି କରାଯିବ।
ମଙ୍ଗଳବାର ଧାର୍ମିକ ବିଶ୍ୱାସ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ତିହାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ ସତ୍ୟେନ୍ଦ୍ର ଜୈନ।
କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ, ଜୈନ ଧର୍ମ ଅନୁଯାୟୀ ଜେଲରେ ଖାଦ୍ୟ ଉପଲବ୍ଧ ନାହିଁ। ୫ମାସ ମଧ୍ୟରେ ସତ୍ୟେନ୍ଦ୍ର ଜୈନଙ୍କ ଓଜନ ୨୮କିଲୋଗ୍ରାମ ହ୍ରାସ ପାଇଛି। ଆବେଦନପତ୍ରରେ ଦର୍ଶାଯାଇଥିଲା ଯେ, ଗିରଫ ହେବା ଦିନ ଠାରୁ ସେ କୌଣସି ଜୈନ ମନ୍ଦିର ପରିଦର୍ଶନ କରିପାରିନାହାନ୍ତି ଏବଂ ଜୈନ ଧର୍ମରେ ଜଣେ ଗଭୀର ବିଶ୍ବାସୀ ହୋଇଥିବାରୁ ସେ ଧାର୍ମିକ ଉପବାସ ପାଳନ କରୁଛନ୍ତି। ଏହି ଉପାବାସ ସମୟରେ ସେ ରନ୍ଧା ଖାଦ୍ୟ, ଡାଲି, ଶସ୍ୟ ଏବଂ କ୍ଷୀର ଖାଆନ୍ତି ନାହିଁ। ସେ କେବଳ ଫଳ, ପନିପରିବା ଏବଂ ଖଜୁରୀ ଖାଇଥାନ୍ତି। ଏହି ଉପବାସ ମଧ୍ୟରେ ସେ ଜେଲରେ ଆହତ ହୋଇଥିଲେ, ଯାହାଦ୍ବାରା ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କର ଫୁସଫୁସରେ ମଧ୍ୟ ସମସ୍ୟା ରହିଛି, ଯାହାକୁ କୋଭିଡ ପରବର୍ତ୍ତୀ ଲକ୍ଷଣ ବୋଲି କୁହାଯାଉଛି। ଏସବୁ ମଧ୍ୟରେ ଗତ ୧୨ଦିନ ହେଲାଣି ଜେଲ ପ୍ରଶାସନ ଧାର୍ମିକ ବିଶ୍ୱାସ ଅନୁଯାୟୀ ଜୈନଙ୍କୁ ମୌଳିକ ଖାଦ୍ୟ ସାମଗ୍ରୀ ଯୋଗାଇବା ବନ୍ଦ କରିଦେଇଛି। ଏଭଳି କରିବା ଅବୈଧ ଏବଂ ଅନୁଚିତ୍ ଅଟେ। ତେଣୁ ତୁରନ୍ତ ଜୈନଙ୍କୁ ତାଙ୍କ ମୌଳିକ ଖାଦ୍ୟ ଯୋଗାଇବାକୁ ଅନୁରୋଧ କରୁଛୁ।

ad-week
Leave A Reply

Your email address will not be published.