ଜାମା ମସଜିଦରେ ମହିଳାଙ୍କ ପ୍ରବେଶ କଟକଣା ହଟିଲା

add-all

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଜାମା ମସଜିଦ ପରିସରରେ କିଛିଦିନ ହେଲା ମହିଳାଙ୍କ ପ୍ର‌ବେଶ ନିଷିଦ୍ଧ କରାଯାଇଥିବା ବେଳେ ଏନେଇ ପ୍ରବଳ ବିରୋଧ ଯୋଗୁଁ ଆଜି କଟକଣା ହଟିଛି । ଜାମା ମସଜିଦର ୩ଟି ମୁଖ୍ୟ ଫାଟକ ବାହାରେ ମହିଳାଙ୍କ ପ୍ରବେଶ ନିଷିଦ୍ଧ ସଂକ୍ରାନ୍ତ ନୋଟିସ୍‌ ଲାଗିଥିଲା। ଏହି ନୋଟିସରେ କୁହାଯାଇଥିଲା ଯେ ଜଣେ ମହିଳା ଏକାକୀ କିମ୍ବା ଏକାଧିକ ମହିଳା ଗୋଷ୍ଠୀ ହୋଇ ମସଜିଦ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ। ଏଭଳି ନୋଟିସ୍‌ ଲଗାଯିବା ପରେ ବିଭିନ୍ନ ମହଲ କଡ଼ା ପ୍ରତିକ୍ରିୟା ରଖିଥିଲେ।

ମସଜିଦ ପ୍ରଶାସନପକ୍ଷରୁ ଶାହି ଇମାମ ସହୟ ଅମହଦ ବୁଖାରୀ କହିଛନ୍ତି, ଐତିହ ସ୍ଥଳରେ କିଛି ଘଟଣା ଘଟିବାପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ବୁଖାରୀ କହିଛନ୍ତି, ଜାମା ମସଜିଦ ଏକ ଉପାସନା ସ୍ଥଳ ଏବଂ ଲୋକମାନଙ୍କୁ ଏଠାକୁ ସ୍ବାଗତ କରାଯାଉଛି। କିନ୍ତୁ ଝିଅମାନେ ଏଠାକୁ ଆସି ସେମାନଙ୍କ ପୁରୁଷ ବନ୍ଧୁଙ୍କ ପାଇଁ ଅପେକ୍ଷା କରୁଛନ୍ତି। ଏହି ଐତିହାସିକ ସ୍ଥଳ ଏଭଳି କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ନୁହେଁ। ତେଣୁ ଉକ୍ତ କାର୍ଯ୍ୟ ଉପରେ କଟକଣା ଲାଗିଛି। ଶାହି ଇମାମ କହିଛନ୍ତି, ଯେଉଁମ‌ାନେ ପ୍ରାର୍ଥନା ପାଇଁ ଆସୁଛନ୍ତି ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେଉନି। ଆଜି ସନ୍ଧ୍ୟାରେ ଜାମା ମସ୍‌ଜିଦ ପ୍ରଶାସନ ପକ୍ଷରୁ ମହିଳାଙ୍କ ପ୍ରବେଶ କଟକଣାକୁ ପ୍ରତ୍ୟାହାର କରାଯାଇଥିବା କୁହାଯାଇଛି।

ad-week
Leave A Reply

Your email address will not be published.