ଭାରତ ବାୟୋଟେକର ନାଜାଲ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି

add-all

ନୂଆଦିଲ୍ଲୀ : ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ନାଜାଲ ଟିକା ବା ନାକରେ ପଡ଼ୁଥିବା କରୋନା ଟିକା ଇନକୋଭାକ୍କୁ ଜୁରରୀକା​ଳୀନ ବ୍ୟବହାର ଅନୁମତି ମିଳିଛି । ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ପକ୍ଷରୁ ଏହି ଅନୁମତି ଦିଆଯାଇଛି । ଏହି ଟିକାକୁ ଅନୁମତି ମିଳିବା ପରେ ଦେଶରେ ଟିକାକରଣ ଆହୁରି ସହଜ ଓ ଦ୍ରୁତ ହୋଇପାରିବ ।

ଗତ ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ପକ୍ଷରୁ ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଥିଲା ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ନାଜାଲ ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା। ପରୀକ୍ଷଣ ପରେ ଏବେ ଏହାକୁ ଅନୁମତି ମିଳିଛି।

ଅନ୍ୟ ଟିକା ଅପେକ୍ଷା ଏହି ଟିକା ଅଧିକ ପ୍ରଭାବୀ ହେବାର ସମ୍ଭାବନା ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । କାରଣ ନାକ ବାଟଦେଇ କରୋନା ଭୁତାଣୁ ପ୍ରବେଶ କରୁଥିବାରୁ ଏହା ନାକର ପ୍ରତିରୋଧକ ଶକ୍ତିକୁ ସୁଦୃଢ କରିଥାଏ । ଏହି ଟିକା କେବଳ ସଂକ୍ରମଣ ନୁହେଁ, ଟ୍ରାନ୍ସମିସନ ବା ଭୁତାଣୁ ପ୍ରସାରକୁ ବି ରୋକିଥାଏ ବୋଲି ଭାରତ ବାୟୋଟେକ ଦାବି କରିଛି ।

ପୂର୍ବରୁ ଭାରତ ବାୟୋଟେକ ଦ୍ବାରା କୋଭାକ୍ସିନ କରୋନା ଟିକା ପ୍ରସ୍ତୁତ କରାଯାଇଥିଲା । କରୋନା ମହାମାରୀ ବେଳେ କୋଭାକ୍ସିନ ଓ କୋଭିସିଲଡକୁ ଲୋକମାନଙ୍କୁ ଦିଆଯାଇଥିଲା ।

ad-week
Leave A Reply

Your email address will not be published.