ରାହୁଲ୍‌ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗଦେଲେ ସ୍ବରା ଭାସ୍କର

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପାଦରେ ପାଦ ମିଶାଇ ଚାଲିଲେ ବଲିଉଡର ବିବାଦୀୟ ଅଭିନେତ୍ରୀ ସ୍ୱରା ଭାସ୍କର। ୮୩ ଦିନରେ ପହଞ୍ଚିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସ୍ୱରା। ଆଜି ଉଜ୍ଜୟିନୀରେ ରାହୁଲ ଗାନ୍ଧିଙ୍କ ନେତୃତ୍ୱଧୀନ ଭାରତ ଯୋଡୋ ଯାତ୍ରାରେ ସ୍ୱରା ଭାସ୍କରଙ୍କ ସମେତ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ଯୋଗ ଦେଇଛନ୍ତି।

ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବା ପାଇଁ ଅଭିନେତ୍ରୀ ସ୍ୱରା ବୁଧବାର ଦିନ ଇନ୍ଦୋରରେ ପହଞ୍ଚିଥିଲେ। ଆଜି ସକାଳେ ଯାତ୍ରା ଆରମ୍ଭ ହେବା ପରେ ସେ ରାହୁଲ୍ ଗାନ୍ଧିଙ୍କ ସହିତ ମିଶି କିଛି ବାଟ ଚାଲିଥିଲେ।

ବିଜେପି ବିରୋଧୀ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ସ୍ୱରା ପ୍ରାରମ୍ଭରୁ ହିଁ ଏହି ଯାତ୍ରାକୁ ସମର୍ଥନ କରୁଛନ୍ତି । ଏଥିସହ ରାହୁଲ ଗାନ୍ଧିଙ୍କ ଉଦ୍ୟମକୁ ସେ ପ୍ରଶଂସା କରନ୍ତି।

ଆଜିର ଏହି ଯାତ୍ରାରେ ସ୍ୱରାଙ୍କ ବ୍ୟତୀତ ରାହୁଲ୍‌ଙ୍କ ସହିତ ରାଜ୍ୟସଭା ସଦସ୍ୟ ଦିଗ୍‌ବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମ୍‌ଚନ୍ଦ ଗୁଡ୍ଡୁ, ଅଖିଳ ଭାରତ ମହିଳା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶୋଭା ଓଝା ମଧ୍ୟ ଯୋଗ ଦେଇଛନ୍ତି।

ଗୋଟିଏ ଦିନର ବିରତି ପରେ ଆଜି ଆରମ୍ଭ ହୋଇଥିବା ଏହି ଯାତ୍ରା ଅଗର ମାଲ୍‌ୱା ଜିଲ୍ଲାରେ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହା ହେଉଛି ମଧ୍ୟପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରା ଶେଷ ପର୍ଯ୍ୟାୟ।

ad-week
Leave A Reply

Your email address will not be published.