ରାଜ ରାସ୍ତା ରେ ମାଣ ବସେଇ ଲକ୍ଷ୍ମୀ ପୁରାଣ ଗାଇଲେ ଧାରଣା ରତ ଅଙ୍ଗନବାଡି କର୍ମୀ…

add-all

ନବରଙ୍ଗପୁର :ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣରତ ଅଙ୍ଗନବାଡି କର୍ମୀ ରାଜ ରାସ୍ତା ରେ ମାଣ ବସେଇ ପାଳିଲେ ଗୁରୁବାର ବ୍ରତ ଆଉ ପଢିଲେ ଲକ୍ଷ୍ମୀ ପୁରାଣ ,ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ,ଆଜି ପଞ୍ଚମ ଦିନରେ କୋଷଗୁମୁଡ଼ାବ୍ଲକ ର ଶତାଧିକ ଅଙ୍ଗନବାଡି କର୍ମୀ କାର୍ଯ୍ୟ ବନ୍ଦ ର ଡାକରା ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି ଆଜି ମାଣ ବସା ଗୁରୁବାର ର ଶେଷ ପାଳି ହେଇଥିବାରୁ ମହିଳା ମାନେ ଘରେ ପୂଜା ପିଠା ପଣା କିଛି କରିପାରି ନାହାନ୍ତି ତେଣୁ ଧାରଣା ସ୍ଥଳ ରେ ହି ଝୋଟି ଚିତା ଦେଇ ମାଣ ବସେଇ ପୂଜା କରି ଲକ୍ଷ୍ମୀ ପୁରାଣ ଗାଇଛନ୍ତି ,ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କରସ ଆସସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ଗତ 27 ତାରିଖ ରୁ ଜାରି ରହିଛି ଏଇ ବିକ୍ଷୋଭ l ଅଙ୍ଗନୱାଡ଼ି କର୍ମୀ ଙ୍କ ମୁଖ୍ୟ ୮ ଗୋଟି ଦାବି ସରକାର ପୂରଣ ନ କରିବା ଯାଏ ଆନ୍ଦୋଳନ ରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଚେତାବନୀ ଦେଇଛନ୍ତି l ତେବେ ଗତ ପାଞ୍ଚଦିନ ହେଲା ଅଙ୍ଗନୱାଡ଼ି କର୍ମୀ ମାନେ

ଆନ୍ଦୋଳନ ଡାକରା ଦେଇଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଉନାହିଁ ଫଳରେ ଶିଶୁ ମାନଙ୍କ ଖାଇବା ପାଠ ପଢିବା ସବୁ ଠପ ହୋଇଯାଇଛି। ଦେଖିବାକୁ ବାକି ରହିଲା ଆଉ କେତେଦିନ ଧାରଣା ପରେ ସରକାର ତଥା ପ୍ରଶାସନ ର ନିଦ୍ରାଭଙ୍ଗ ହେବ।

ad-week
Leave A Reply

Your email address will not be published.