ଏମ୍ସର ୫ ସର୍ଭର ଉପରେ ହୋଇଛି ସାଇବର ଆଟାକ: ଚୀନ ସାଇବର ଅପରାଧିଙ୍କ ଲିଙ୍କ୍ ନେଇ ସନ୍ଦେହ

add-all

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଉପରେ ହୋଇଥିବା ସାଇବର ଆଟାକ ଘଟଣାରେ ଚୀନ୍‌ ସାଇବର ଅପରାଧିଙ୍କ ହାତ ଥିବା ସନ୍ଦେହ କରାଯାଉଛି। ରୋଗୀଙ୍କର ବ୍ୟକ୍ତିଗତ ତଥ୍ୟ ଶେୟର ବଦଳରେ ଟଙ୍କା ମଗାଯାଉଛି। ହସ୍‌ପିଟାଲ୍‌ର ମୋଟ ୫ଟି ମୁଖ୍ୟ ସର୍‌ଭରକୁ ଟାର୍ଗେଟ୍ କରାଯାଇଛି। ସାଇବର ଆଟାକ୍ କରି ଚୋରି ହୋଇଥିବା ତଥ୍ୟ ଡାର୍କ ୱେବ୍‌କୁ ବିକ୍ରି କରିଦିଆଯାଇଛି ବୋଲି ଆଶଙ୍କା କରାଯାଉଛି।

ତଥ୍ୟରୁ ଏହା ଜଣାପଡ଼ିଛି ଯେ ଏମ୍ସରୁ ଲିକ୍ ହୋଇଥିବା ତଥ୍ୟ ପାଇବା ପାଇଁ ଡାର୍କ ୱେବ୍‌ରେ ୧୬୦୦ ଥର ସର୍ଚ୍ଚ କରାଯାଇଛି। ଏମ୍ସରୁ ଚୋରି ହୋଇଥିବା ତଥ୍ୟରେ ଭିଭିଆଇପି ଓ ନେତା ଓ ସିନେ ତାରକାଙ୍କ ତଥ୍ୟ ରହିଛି। ଘଟଣାରେ ସମ୍ପର୍କରେ ସୂଚନା ଦେଇ IFSO କହିଛି ହସ୍‌ପିଟାଲ୍‌ର ମୋଟ ୫ ସର୍ଭର ହ୍ୟାକ୍ ହୋଇଛି। ଏଫ୍‌ଏସ୍‌ଏଲ୍ ଟିମ୍ ବର୍ତ୍ତମାନ ତଥ୍ୟଗୁଡ଼ିକୁ ଯାଞ୍ଚ କରୁଛି।  

ତେବେ IFSO କହୁଛି ଯେ ଡାକ୍ତରଖାନାରୁ କୌଣସି ତଥ୍ୟ ଚୋରି ହୋଇନି। ହିସ୍‌ପିଟାଲ୍‌ ପାଇଁ ଏହି ସମ୍ପୂର୍ଣ୍ଣ ନୂଆ। ଆମେ ଏହାକୁ ଯାଞ୍ଚ କରୁଛି। ହ୍ୟାକର ଲକ୍ଷ ଟଙ୍କା ଆଦାୟ କରିବା। ସେ ୨୦୦ କୋଟି ଟଙ୍କା କ୍ରିପ୍ଟୋକରେନ୍ସି ସାହାଯ୍ୟରେ ମାଗୁଛି ବୋଲି IFSO କହୁଛି। ମାମଲାରେ ତଦନ୍ତ ଜାରି ରହିଛି।   

ad-week
Leave A Reply

Your email address will not be published.