ହକି ଏକାଡେମୀ ଓ ସ୍ପୋଟ୍‌ର୍ସ ହଷ୍ଟେଲରେ ଜଣେ ଲେଖାଏଁ ରହିବେ ଡ୍ରାଗ୍ ଫ୍ଲିକର କୋଚ୍: ଦିଲ୍ଲୀପ ତିର୍କୀ

add-all

ଭୁବନେଶ୍ବର: ଆକ୍ସନ ମୁଡରେ ହକି ଇଣ୍ଡିଆ। ହକି ଇଣ୍ଡିଆର ସଭାପତି ଭାବେ ଦିଲୀପ ତିର୍କୀ ଦାୟିତ୍ୱ ନେବା ପରେ ହକିର ବିକାଶ ପାଇଁ ବଡ଼ବଡ଼ ପଦକ୍ଷେପ ନିଆଯାଉଛି। ସାରା ଭାରତରେ ରହିଥିବା ହକି ଏକାଡେମୀ, ସ୍ପୋଟ୍‌ର୍ସ ହଷ୍ଟେଲ ବା ହକି ହଷ୍ଟେଲରେ ଏବେ ଜଣେ ଲେଖାଏଁ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲକିପର କୋଚ୍ ରହିବେ। ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମୀକୁ ନିର୍ଦ୍ଦେଶ ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଡ଼. ଦିଲ୍ଲୀପ ତିର୍କୀ।

୧୬ ବର୍ଷ ବୟସରୁ କିପରି ଖେଳାଳିମାନେ ଉଚିତ ଟ୍ରେନିଂ ନେଇପାରିବେ ତାହା ଉପରେ ହକି ଇଣ୍ଡିଆ ପକ୍ଷରୁ ଯୋଜନା କରାଯାଉଛି। ଏହି ଦୁଇଟି ପୋଜିସନ ଆଧୁନିକ ହକି ପାଇଁ ବହୁତ ଜରୁରୀ। ତୃଣମୂଳସ୍ତରରେ କିଭଳି ହକିକୁ ମଜଭୁତ କରାଯିବ ସେ ନେଇ ଏବେ ଗୁରୁତ୍ବ ଦିଆଯାଉଛି। ତୃଣମୂଳସ୍ତରରେ ଅଧିକ ପୁଅ-ଝିଅ କିପରି ହକିରେ ସାମିଲ କରିବା ଓ ସେମାନଙ୍କ ଭିତରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରିବା, ହକି ଇଣ୍ଡିଆ ସେହି ଲକ୍ଷ୍ୟ ରଖିଛି। ବିଶ୍ୱର ଯେତେଟି ଶ୍ରେଷ୍ଠ ହକି ଟିମ୍ ଅଛି, ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି। ତାହାର କାରଣ ହେଲା ସେମାନେ ସବଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକର ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଉଛନ୍ତି ।

ସେହିପରି ସବଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ବଡ଼ ହକି ଟିମ ପାଖରେ ସ୍ୱତନ୍ତ୍ର ଗୋଲକିପର କୋଚ୍ ରହିଛନ୍ତି। ତେଣୁ ସେମାନଙ୍କ ପ୍ରଦର୍ଶନ ସିନିୟର ଦଳରେ ବେଶ ଭଲ ହେଉଛି। ଭାରତୀୟ ହକି ଟିମ୍ ତାର ପୂର୍ବ ଗୌରବ ଫେରିପାଇବା ପାଇଁ ଏବେ ହକି ଇଣ୍ଡିଆ ପକ୍ଷରୁ ଅନେକ ପଦକ୍ଷେପ ହାତକୁ ନେଉଛି।

ad-week
Leave A Reply

Your email address will not be published.