ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ

add-all

ନୂଆଦିଲ୍ଲୀ: ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି।

ଭୂମିକମ୍ପର ଦୂରତ୍ବ ଓ ଦିଗ ବିଷୟରେ ସୂଚନା ଦେଇ ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ଲେଖିଛି: ପଶ୍ଚିମବଙ୍ଗର ହଳଦିଆର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୩୭୦ କିଲୋମିଟର୍‌, କୋଲ୍‌କାତାର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗକୁ ୪୦୯ କିଲୋମିଟର୍‌, ଓଡ଼ିଶାର ପୁରୀର ପୂର୍ବକୁ ୪୨୧ କିଲୋମିଟର୍‌ ପୂର୍ବ-ଦକ୍ଷିଣପୂର୍ବ ଏବଂ ତ୍ରିପୁରାର ବେଲୋନିଆର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୮୯ କିଲୋମିଟର୍‌ ଦୂରବର୍ତ୍ତୀ ବଙ୍ଗୋପସାଗର ମଧ୍ୟରେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଂଘଠିତ ହୋଇଛି।

‘ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ’ ରିପୋର୍ଟ ଅନୁସାରେ, ଆଜି ସକାଳ ୯.୦୨ରେ ବାଂଲାଦେଶର ରାଜଧାନୀ ଢାକା, ଚଟଗ୍ରାମ ଓ ଅନ୍ୟ କେତେକ ପ୍ରାନ୍ତରେ ୫.୨ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। କିନ୍ତୁ, ଏହାଦ୍ବାରା କୌଣିସ କ୍ଷୟକ୍ଷତି କିଂବା କେହି ମୃତାହତ ହୋଇଥିବା ରିପୋର୍ଟ ମିଳିନାହିଁ।

ବାଂଲାଦେଶ ପାଣିପାଗ ବିଭାଗର ଜଣେ ଅଧିକାରୀ ‘ବାଂଲା ଟ୍ରିବ୍ୟୁନ୍‌’ ସମ୍ବାଦପତ୍ରକୁ କହିଛନ୍ତି, ଭାରତର ଖୁବ୍‌ ନିକଟ ଦକ୍ଷିପଶ୍ଚିମ ବଙ୍ଗୋପସାଗର ମଧ୍ୟସ୍ଥ ଭୂଗର୍ଭ ହେଉଛି ଉକ୍ତ ଭୂମିକମ୍ପର ଉତ୍ପତ୍ତିସ୍ଥଳ।

ad-week
Leave A Reply

Your email address will not be published.