ସାବରମତୀରେ ଭୋଟ୍‌ ଦେଇ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

add-all

ସାବରମତୀ: ଆଜି ସାବରମତୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶାନ୍‌ ପବ୍ଲିକ୍‌ ସ୍କୁଲ୍‌ରେ ହୋଇଥିବା ବୁଥ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍‌ ଦେଇଛନ୍ତି।

ସକାଳ ୯ଟା ବାଜିବାର କିଛି ସମୟ ଆଗରୁ ଗାନ୍ଧୀନଗର ରାଜଭବନରୁ ତାଙ୍କ ଗାଡ଼ି ବୁଥ୍‌ ଅଭିମୁଖେ ବାହାରିଥିଲା। ବୁଥ୍ ନିକଟରେ ଗାଡ଼ିରୁ ଓହ୍ଲାଇ କୁର୍ତ୍ତା ପାଇଜାମା ଓ ଜ୍ୟାକେଟ୍‌ ପରିଧାନ କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ଚାଲି ଚାଲି ବୁଥ୍ ଭିତରକୁ ଯିବା ବାଟରେ ଉପସ୍ଥିତ ଜନତାଙ୍କୁ ଆଡ଼କୁ ହାତ ହଲାଇଥିଲେ। ଭୋଟ୍‌ ଦେବା ପାଇଁ ଭିତରକୁ ଯିବା ନିମନ୍ତେ ସେ କିଛି ସମୟ ଧାଡ଼ିରେ ଠିଆ ହୋଇଥିଲେ।

ଭୋଟ୍‌ ଦେଇ ଫେରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜରାଟ, ହିମାଚଳ ପ୍ରଦେଶ ଓ ଦିଲ୍ଲୀବାସୀ ବଡ଼ ଉଦ୍ଦୀପନାର ସହିତ ଗଣତନ୍ତ୍ର ମହୋତ୍ସବ ପାଳନ କରୁଛନ୍ତି। ଦେଶବାସୀଙ୍କୁ ମୋର କୃତଜ୍ଞତା। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ କରାଉଥିବାରୁ ନିର୍ବାଚନ କମିସନ୍‌ଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।

ଟୁଇଟ୍‌ କରି ସେ ମଧ୍ୟ ଲେଖିଛନ୍ତି, ଅହମଦାବାଦରେ ଭୋଟ୍‌ ଦେଲି। ନିବେଦନ, ଆଜି ଯେଉଁମାନଙ୍କର ଭୋଟ୍‌ ଅଛି ସେମାନେ ‌ରେକର୍ଡ ସଂଖ୍ୟାରେ ଆସି ଭୋଟ୍‌ ଦିଅନ୍ତୁ।

କିଛି ଦଶନ୍ଧି ହେବ ସାବରମତୀ ବିଧାନସଭା ଆସନରୁ ‘ବିଜେପି’ ପ୍ରାର୍ଥମାନେ ବିଜୟୀ ହେଉଛନ୍ତି। ଏଥର ଏହି ଆସନରୁ ‘ବିଜେପି’ର ହର୍ଷଦଭାଇ ପଟେଲ, କଂଗ୍ରେସର ଦିନେଶ ମହିନ୍ଦା ଏବଂ ‘ଆପ୍‌’ର ଯଶୋବନ୍ତ ଠାକୋର୍‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ସୂଚନାଯୋଗ୍ୟ, ୨୦୧୭ରେ ମଧ୍ୟ ଏହି ବୁଥ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ଭୋଟ୍‌ ଦେଇଥିଲେ।

ad-week
Leave A Reply

Your email address will not be published.