ବାପା ସୁସ୍ଥ ଅଛନ୍ତି; ଟ୍ବିଟ୍‌ କରି ସୂଚନା ଦେଲେ ଲାଲୁଙ୍କ ବଡ଼ ଝିଅ

add-all

ପାଟ୍‌ନା: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଆଜି ସିଙ୍ଗାପୁରରେ କିଡ୍‌ନି ପ୍ରତ୍ୟାରୋପଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାପାଙ୍କୁ କିଡ୍‌ନି ଦାନ କରିବା ପୂର୍ବରୁ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କର ଅସ୍ତ୍ରୋପଚାର ହୋଇସାରିଛି।

ରୋହିଣୀଙ୍କ ବଡ଼ ଭଉଣୀ ତଥା ଲାଲୁଙ୍କ ବଡ଼ ଝିଅ ମିଶା ଭାରତୀ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ରୋହିଣୀଙ୍କ ଅସ୍ତ୍ରୋପଚାର ସଂପର୍କରେ ସୂଚନା ଦେଇଛନ୍ତି। ସେ ସିଙ୍ଗାପୁର୍‌ର ମାଉଣ୍ଟେନ୍‌ ଏଲିଜାବେଥ୍‌ ହସ୍ପିଟାଲ୍‌ରୁ ତାଙ୍କ ଭଉଣୀଙ୍କର ଏକ ଫଟୋ ପୋଷ୍ଟ୍‌ କରି ଲେଖିଛନ୍ତି, ‘ସାନ ଭଉଣୀ ରୋହିଣୀର ଅସ୍ତ୍ରୋପଚାର ସଫଳତାର ସହ ହୋଇଯାଇଛି। ସେ ପୂରାପୂରି ସୁସ୍ଥ ଅଛି ଓ ଏବେ ଆଇସିୟୁରେ ଅଛି। ଏବେ ବାପାଙ୍କ ଅପେରସନ ଚାଲିଛି।’ ସେ ଅନ୍ୟ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ‘ଆପଣ ସମସ୍ତଙ୍କ ଶୁଭକାମନା ପାଇଁ ମୁଁ ଚୀର ଋଣି।’

ଉଲ୍ଲେଖଯୋଗ୍ୟ, ଲାଲୁଙ୍କ କିଡ୍‌ନି ନଷ୍ଟ ହୋଇ ଯାଇଥିବାରୁ ତାଙ୍କୁ କିଡ୍‌ନି ଦେବାର ନିଷ୍ପତ୍ତି ନେଇଥିଲେ ସାନ ଝିଅ ରୋହିଣୀ। ରୋହିଣୀ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ତାଙ୍କ ସଂପର୍କିତ ଟିକ୍‌ନିକ୍‌ କଥା କହୁଥିବା ‌ବେଳେ ଆଜି ବାପାଙ୍କୁ କିଡ୍‌ନି ଦାନ କରିବା ପୂର୍ବରୁ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ସେ ସଂପର୍କରେ ସୂଚନା ଦେଇଥିଲେ।

ସେ ତାଙ୍କ ଟ୍ବିଟ୍‌ରେ ଲେଖିଥିଲେ, ‘ରେଡି ଟୁ ରକ୍‌ ଆଣ୍ଡ୍‌ ରୋଲ୍‌, ଉଇସ୍‌ ମି ଏ ଗୁଡ୍‌ ଲକ୍‌’। ତାଙ୍କ ଟ୍ବିଟ୍‌ର ଅର୍ଥ ହେଉଛି ଯେ କିଡ୍‌ନି ଦାନ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଗୁଡ୍‌ ଲକ୍‌ ଉଇସ୍‌ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.