ବଙ୍ଗାଳୀ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା‌; ଅଭିନେତା ପରେଶ ରାୱଲଙ୍କ ବିରୋଧରେ ଦାଏର ହେଲା ଏତଲା

add-all

କୋଲକାତା: ଗୁଜରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅଭିନେତା ପରେଶ ରାୱଲଙ୍କ ବଙ୍ଗାଳୀ-ବିରୋଧୀ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ରାୱଲଙ୍କ ମନ୍ତବ୍ୟକୁ ଅରୁଚିକର ବୋଲି କହିବା ସହ ସିପିଆଇ(ଏମ୍‌)ର ଲୋକସଭା ସାଂସଦ ମହମ୍ମଦ ସଲିମ ତାଙ୍କ ନାଁରେ ଥାନାରେ ଏକ ଏତଲା ଦାଏର କରିଛନ୍ତି।

ସଲିମ ଅଭିଯୋଗ ଆଣିଛନ୍ତି ଯେ ପରେଶଙ୍କ ମନ୍ତବ୍ୟ ଦଙ୍ଗା ସୃଷ୍ଟିକାରୀ ହୋଇଥିବା ବେଳେ ଏହା ବଙ୍ଗାଳୀ ଓ ଅନ୍ୟ ସଂପ୍ରଦାୟ ମଧ୍ୟରେ ସମନ୍ବୟକୁ ନଷ୍ଟ କରୁଛି। ଭାରତୀୟ ପିଙ୍ଗଳ କୋଡ ଧାରା ୧୫୩ ଅଧୀନରେ ପରେଶଙ୍କ ବିରୋଧରେ ଏହି ଏତଲା ଦାୟର ହୋଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ କି ଏକ ରାଲି ଚାଲିଥିବା ବେଳେ ସେଥିରେ ଯୋଗ ଦେଇ ପରେଶ କହିଥିଲେ ଯେ ‘ଗୁଜରାଟ ଜନସାଧାରଣ ମୁଦ୍ରାସ୍ଫୀତିକୁ ସହ୍ୟ କରିବେ କିନ୍ତୁ ‘ବାଂଲାଦେଶୀ ଓ ରୋହିଙ୍ଗ୍ୟା’ଙ୍କୁ ନୁହେଁ।’ ଏହି ମନ୍ତବ୍ୟକୁ ନେଇ ବିବାଦ ଉପୁଜିଥିଲା।

ବଙ୍ଗଳା ବାହାରେ ସାରା ଦେଶରେ ବଙ୍ଗାଳୀମାନେ ବାସ କରୁଛନ୍ତି। ରାୱଲଙ୍କ ଏହି ମନ୍ତବ୍ୟ ବଙ୍ଗାଳୀ-ବିରୋଧୀ ମନୋଭାବ ସୃଷ୍ଟି କରିବ ଏବଂ ଏହା ବଙ୍ଗାଳୀମାନଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ ଆଣି ସଲିମ ଅଭିଯୋଗ କରିଛନ୍ତି।

ତେବେ ରାୱଲ ଏହି ପ୍ରସଂଗରେ ନିଜର ସଫେଇ ଦେଇଛନ୍ତି ଯେ, ସେ ବଙ୍ଗାଳୀମାନଙ୍କ ବିରୋଧରେ କିଛି ବି କହିନାହାନ୍ତି। ତାଙ୍କ ମନ୍ତବ୍ୟ କେବଳ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅନୁପ୍ରବେଶକାରୀମାନଙ୍କ ପ୍ରତି ଉଦ୍ଦିଷ୍ଟ ଥିଲା।

ad-week
Leave A Reply

Your email address will not be published.