ମୋର୍ବି ଦୁର୍ଘଟଣା: ମୋଦୀଙ୍କୁ ବଦନାମ କରିଥିବା ଅଭିଯୋଗରେ ଟିଏମ୍‌ସି ନେତା ସାକେତ୍‌ ଗୋଖ୍‌ଲେ ଗିରଫ

add-all

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମମତା ବାନାର୍ଜୀଙ୍କର ଅତ୍ୟନ୍ତ ଘନିଷ୍ଠ ସାକେତ୍‌ ଗୋଖ୍‌ଲେଙ୍କୁ ଗୁୁଜୁରାଟ ପୁଲିସ୍ ସୋମବାର ରାଜସ୍ଥାନର ଜୟପୁର ବିମାନ ବନ୍ଦରରେ ଗିରଫ କରିଛି। ମେ‌ାର୍ବୀ ବ୍ରିଜ୍‌ ଭୁଶୁଡ଼ିବା ପ୍ରସଂଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଥ୍ୟ ପ୍ରଚାର କରିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି।

ସାକେତ ଗତକାଲି ରାତି ୯ଟାରୁ ଦିଲ୍ଲୀରୁ ଜୟପୁର ପର୍ଯ୍ୟନ୍ତ ଉଡ଼ାଣ ଭରିଥିଲେ। ସେ ପହଞ୍ଚିବା ପରେ ରାଜସ୍ଥ‌ାନ ବିମାନବନ୍ଦରରେ ଜଗି ରହିଥିବା ଗୁଜୁରାଟ ପୁଲିସ୍‌ ତାଙ୍କୁ ଧରି ନେଇ ଯାଇଥିଲା। ଏ ସଂପର୍କରେ ଟିଏମ୍‌ସି ନେତା ଡେରେକ୍‌ ଓ ବ୍ରିଏନ୍‌ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ରାଷ୍ଟ୍ରୀୟ ପ୍ରବକ୍ତା ତଥା ମମତା ବାନାର୍ଜୀଙ୍କର ଅତ୍ୟନ୍ତ ଘନିଷ୍ଠ ସାକେତ୍‌ ଗୋଖ୍‌ଲେ ନିକଟ‌ରେ ମୋର୍ବୀ ପୋଲ ଭୁଶୁଡ଼ିବାକୁ ଏକ ‘କୁକୁ୍‌ଡ୍‌ ଅଫ୍‌’ ମାମଲା ବୋଲି କହିଥଲେ। ତାପରେ ତାଙ୍କ ବିରୋଧରେ ଅହମ୍ମଦାବାଦ୍‌ର ସାଇବର୍‌ ସେଲ୍‌ରେ ଏକ ମାମଲା ରୁଜୁ ହୋଇଥିଲା।

ad-week
Leave A Reply

Your email address will not be published.