ବଢ଼ିଲା ରେପୋରେଟ୍: ମହଙ୍ଗା ହେବ ହୋମ୍‌, କାର୍ ଓ ପର୍ସନାଲ ଲୋନ୍‌

add-all

ନୂଆଦିଲ୍ଲୀ: ବଢ଼ିଲା ରେପୋ ରେଟ୍। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୩୫ ବେସିସ୍‌ ପ‌ଏଣ୍ଟ୍‌ ବୃଦ୍ଧି କରିଛି। ଫଳରେ ମହଙ୍ଗା ହେବ ଋଣ। ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି। ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ। ଏହା ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବା ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚଳିତବର୍ଷ ପଞ୍ଚମ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଯାହାଫଳରେ କାର୍, ହୋମ୍ ଓ ପର୍ସନାଲ ଲୋନ୍ ଆଜି ମହଙ୍ଗା ହେବ । ପୂର୍ବରୁ ରେପୋ ରେଟ୍ ୫.୯୦ ପ୍ରତିଶତ ରହିଥିଲା। ରେପୋ ରେଟ୍ ବୃଦ୍ଧି ଯୋଗୁ EMI ବଢିବ । ସେହିପରି ହୋମ୍‌ ଲୋନ୍, କାର୍ ଲୋନ୍ ଓ ପର୍ସନାଲ ଲୋନ୍‌ ମହଙ୍ଗା ହେବ । ଏମପିସି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ନୀତିଗତ ଦରବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶରେ ମୁଦ୍ରାସ୍ଫୀତି ହାରକୁ ୬ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ କରିବାକୁ ପଡିବ।

ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ହ୍ରାସ ପାଇ ୬.୭୭ ପ୍ରତିଶତରେ ପହଞ୍ଚିଥିଲା । ସୂଚନା ଅନୁଯାୟୀ, ସେପ୍ଟେମ୍ବର ମାସରେ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୯% କରିଥିଲା। ସେହିଭଳି, ନିୟମିତ ‘ମନିଟାରି ପଲିସି ରିଭ୍ୟୁ’ ବାହାରେ ମଧ୍ୟ ଗତ ଅଗଷ୍ଟ ମାସରେ ‘ରେପୋ ରେଟ୍‌’ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୪% କରିଥିଲା।

ad-week
Leave A Reply

Your email address will not be published.