ଶ୍ରୀ ବିରଞ୍ଚି ନାରାୟଣ ଓ ସୂର୍ଯ୍ୟ ଉପାସନା ପୁସ୍ତକ ଉନ୍ମୋଚିତ…

add-all


ବୁଗୁଡ଼ା:ତା୦୯/୧୨/୨୨ : ନିକଟସ୍ଥ ଖୋଳଖାଳି ଗ୍ରାମଠାରେ “କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦ” ଅନୁଷ୍ଠାନର ସମ୍ପାଦକ କାମରାଜୁ ସାହାଣୀଙ୍କ ପୌରୋହିତ୍ୟରେ “ଭଞ୍ଜ ସାହିତ୍ୟରେ ନାରୀର ସ୍ଥାନ” ଶୀର୍ଷକ ଉପରେ ଆଲୋଚନା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ରୂପେ ଶିକ୍ଷାବିତ୍ ରଘୁନାଥ ସାହୁ, ମୁଖ୍ୟ ଅତିଥି ଭାବେ ଗବେଷକ ଡଃ.ବ୍ରଜକିଶୋର ପାଢ଼ୀ, ମୁଖ୍ୟବକ୍ତା ରୂପେ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ଓ ଅଧ୍ୟାପକ ମୃତ୍ୟଞ୍ଜୟ ବାଡତ୍ୟା ଯୋଗଦାନ କରିଥିଲେ। ବୁଗୁଡ଼ାର ଅକ୍ଷୟ କୀର୍ତ୍ତିରାଜି ଶ୍ରୀ ବିରଞ୍ଚି ନାରାୟଣ ଓ ସୂର୍ଯ୍ୟ ଉପାସନା ସମ୍ପର୍କିତ କାମରାଜୁ ସାହାଣୀଙ୍କ ରଚିତ ପୁସ୍ତକ ଉନ୍ମୋଚନ ହୋଇଥିଲା। ପୁସ୍ତକ ମଧ୍ୟରେ ଯେଉଁ ସବୁ ଉପାଦେୟ ତଥ୍ୟ ରହିଛି,ତାହା ପାଠକଙ୍କୁ ନୂତନ ଆଶାର ଆଲୋକ ସଞ୍ଚାର କରିପାରିବ ବୋଲି ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ମତ ପ୍ରଦାନ କହିଥିଲେ। କାର୍ଯ୍ୟ କ୍ରମରେ ବୁଗୁଡ଼ା ତଥା ସେହି ଅଞ୍ଚଳର ଅନେକ କବି ଓ ସାହିତ୍ୟିକ ଯୋଗଦେଇଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.