ବୁର୍ଖା ପିନ୍ଧି ନାଚିବାରୁ ୪ କଲେଜ ଛାତ୍ର ନିଲମ୍ବିତ

add-all

ବେଙ୍ଗାଲୁରୁ: ମହଙ୍ଗା ପଡ଼ିଲା କଲେରେ ବୁର୍ଖା ପିନ୍ଧି ନାଚିବା। ବୁର୍ଖା ପିନ୍ଧି ମଞ୍ଚରେ ନାଚିବାରୁ  କର୍ଣ୍ଣାଟକର ଏକ ଇଞ୍ଜିନିୟରିଂ କଲେଜରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। କଲେଜର ଏକ କାର୍ଯ୍ୟକ୍ରମରେ ଏମାନେ ବୁର୍ଖା ପିନ୍ଧି ନାଚିଥିଲେ। ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ୪ ଜଣ ଛାତ୍ର ବଲିଉଡ ଗୀତର ତାଳେ ତାଳେ ନାଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନେ ଦର୍ଶକ ହିସାବରେ ଉତ୍ସାହିତ କରିଥିଲେ । ବୁଧବାର ମାଙ୍ଗାଲୁରୁର ଏସଟି ଜୋସେଫ ଇଞ୍ଜିନିୟରିଂ କଲେଜରେ ଏକ ଛାତ୍ର ସଙ୍ଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ତେବେ ଭିଡିଓ ଭାଇରାଲ ହେବା ପରେ କଲେଜର ପ୍ରିନ୍ସପାଲ ଛାତ୍ରମାନଙ୍କୁ ନିଲମ୍ବନ କରି ତଦନ୍ତ ଆରମ୍ଭ କରିଛନ୍ତି। କଲେଜ ଏକ ବିବୃତ୍ତିରେ କହିଛି ଯେ, ମୁସଲିମ ଛାତ୍ରମାନେ ବୁର୍ଖା ପିନ୍ଧି ନାଚିଥିଲେ। କଲେଜ ପକ୍ଷରୁ ଔପଚାରିକ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା ।  କୌଣସି ସମ୍ପ୍ରଦାୟ ମଧ୍ୟରେ ସମନ୍ନୟ ବା ଏକତା କ୍ଷୁର୍ଣ୍ଣ ହେଲା ଭଳି କାର୍ଯ୍ୟକ୍ରମକୁ କଲେଜ ସମର୍ଥନ କରେ ନାହିଁ ବୋଲି କୁହାଯାଇଛି। ସେହିପରି ଘଟଣାର ତଦନ୍ତ ଚାଲିଥିବା କୁହାଯାଇଛି।

ad-week
Leave A Reply

Your email address will not be published.