ପୁଣି ଜାମିନ ପାଇଲେ ଟିଏମସିର ସାକେତ ଗୋଖଲେ

add-all

ନୂଆଦିଲ୍ଲୀ: ମାତ୍ର ୩ ଦିନ ମଧ୍ୟରେ ୨ ଥର ଗିରଫ ହୋଇଥିବା ଟିଏମସି ମୁଖପାତ୍ର ସାକେତ ଗୋଖଲେଙ୍କୁ ପୁଣି ଜାମିନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଦନାମ କରିବା ପାଇଁ ଗୋଖଲେ ନକଲି ଦସ୍ତାବିଜର ବ୍ୟବହାର କରି ଟ୍ୱିଟ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଗୁଜରାଟ ପୁଲିସ ତାଙ୍କ ୩ ଦିନ ମଧ୍ୟରେ ୨ ଥର ଗିରଫ କରିଥିଲା। ସେ ମଧ୍ୟ ଦୁଇ ଥର ଗିରଫ ହୋଇ ଜାମିନରେ ମୁକୁଳିଛନ୍ତି।

ଗୁରୁବାର ଗୋଟିଏ ମେଟ୍ରୋପଲିଟାଣ୍ଟ କୋର୍ଟ ସାକେତଙ୍କୁ ଜାମିନ ଦେଇଥିଲେ। ଏହି ଜାମିନ ନିର୍ଦ୍ଦେଶର ମାତ୍ର କିଛି ଘଣ୍ଟା ପରେ ଗୁଜରାଟ ପୁଲିସ ତାଙ୍କୁ ପୁଣିଥରେ ମୋର୍ବି ପୋଲ ଭୁଶୁଡ଼ିବା ଘଟଣାରେ ସେ କରିଥିବା ଆପତ୍ତିଜନକ ଟ୍ୱିଟ ପାଇଁ ଗିରଫ କରିଥିଲେ। ଆଜି ସେ ପୁଣି ଜାମିନ ପାଇଛନ୍ତି। ଏ ସମ୍ପର୍କରେ ଟିଏମସି ଟ୍ୱିଟ କରି ସୂଚନା ଦେଇଛି।

ସାକେତ ଗୋଟିଏ ନ୍ୟୁଜ କ୍ଲିପର ଭିଡିଓ ଟ୍ୱିଟ କରିଥିଲେ। ଏଥିରେ ଦାବି କରାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ମୋର୍ବି ଗସ୍ତ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆରଟିଆଇ ସୂତ୍ରରୁ ଏହି ଖବର ପ୍ରକାଶ ପାଇଥିବା ଭିଡିଓରେ ଦାବି କରାଯାଇଥିଲା।

ହେଲେ ଏହା ଏକ ଫେକ ନ୍ୟୁଜ ବୋଲି ଅଭିଯୋଗ ହୋଇଥିଲା। ଏଥିପାଇଁ ଗୁଜରାଟ ପୁଲିସ୍‌ ସାକେତଙ୍କୁ ଜେରା କରିବାକୁ ଡାକି ଗିରଫ କରିଥିଲେ। ଗୁରୁବାର ତାଙ୍କୁ ପୁଲିସ୍‌ ଅହମଦାବାଦର ଗୋଟିଏ କୋର୍ଟରେ ହାଜର କରାଇଥିଲା। ତାଙ୍କୁ କୋର୍ଟ ଜାମିନ ଦେଇଥିଲେ। କିନ୍ତୁ ମୋର୍ବିରେ ରୁଜୁ ହୋଇଥିବା ଆଉ ଏକ ମାମଲାରେ ପୁଲିସ୍‌ ତାଙ୍କୁ ପୁଣି ଗରଫ କରିଥିଲା।

ad-week
Leave A Reply

Your email address will not be published.