୨୦୨୪ରେ ବିଜେଡି-କଂଗ୍ରେସ୍ ଡିଲ୍ କାମ ଦେବନି: ବିରୋଧୀ ଦଳ ନେତା

add-all

ଭୁବନେଶ୍ବର: ପଦ୍ମପୁରରେ ବିଜେଡି ଓ କଂଗ୍ରେସ୍ ଡିଲ୍ କଥାକୁ ପୁଣି ଦୋହରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ସୁର ଭାଇ କଣ ମାନିବେନି। ସତ୍ୟକୁ କିଏ ନ ମାନିବ। ସତ୍ୟକୁ ସମସ୍ତେ ମାନିବେ। କଂଗ୍ରେସ ଓ ବିଜେଡି ଲୋକଙ୍କଠାରୁ ହିଁ ଶୁଣିଛି ଯେ ଡିଲ୍ ହୋଇଛି ବୋଲି। ସେମାନେ ବି ସ୍ବୀକାର କରିଛନ୍ତି, କିନ୍ତୁ ମୋ ପାଖରେ ଡିଲ ସମୟର ଭିଡିଓ ନାହିଁ।

ବିରୋଧୀ ଦଳ ନେତା ଆହୁରି କହିଛନ୍ତି, ୨୦୨୪ରେ ବିଜେଡି ଓ କଂଗ୍ରେସ୍ ଡିଲ କାମ ଦେବନି। ଆମେ ନିର୍ବାଚନ ମଣ୍ଡଳୀୱାରି କାର୍ଯ୍ୟକ୍ରମ କରିବୁ, ଭୋଟରଙ୍କୁ ଆକୃଷ୍ଟ କରିବୁ। କଂଗ୍ରେସ ଭୋଟ କମ୍। ସେଥିଲାଗି ଅଣ କଂଗ୍ରେସ ଭୋଟକୁ ଏକତ୍ରିତ କରିବାକୁ ଚେଷ୍ଟା କରିବୁ। ୨୦୨୪ରେ ଓଡ଼ିଶାରେ ନିର୍ବାଚନ ଦ୍ବିପାକ୍ଷିକ ଲଢେଇ।

୨୦୨୪ରେ ଓଡ଼ିଶାରେ ବିଜେପି ଓ ବିଜେଡ଼ି ଭିତରେ ଲଢ଼େଇ ହବ। କଂଗ୍ରେସ ପ୍ରତିଦ୍ବନ୍ଦ୍ବିତାରୁ ବାହାରି ଗଲାଣି। ବହୁତ କମ୍ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ରହିଛି। ଆମେ ୫୧% ଭୋଟ ନେବାକୁ ଯୋଜନା ରଖିଛୁ। କଂଗ୍ରେସ ଭୋଟ ବିଜେପି ବା ବିଜେଡି ଆଡ଼କୁ ଯିବ। ବିଜେଡିର ସଂଗଠନ ହେଲା ତିନିଟା, ଅର୍ଥବଳ, ବାହୁବଳ ଓ ସରକାରୀ କଳ। ନବୀନ ବିରୋଧୀ କଂଗ୍ରେସକୁ ବହୁତ ଦିନ ଧରି ମ୍ୟାନେଜ କରି ନିର୍ବାଚନ ବୈତରଣୀ ପାର ହେଉଥିଲେ। ଆଜି ଆମେ ଅଛୁ ବିରୋଧୀରେ, ଏଠି ଆମକୁ ମ୍ୟାନେଜ କରିବାର ପ୍ରଶ୍ନ ଉଠୁନି। ସେ କେନ୍ଦ୍ରକୁ ଧରିବାକୁ ଚେଷ୍ଟା କରୁଛନ୍ତି।

ad-week
Leave A Reply

Your email address will not be published.