ବିଜେଡି-କଂଗ୍ରେସ ଡିଲ୍ ପ୍ରସଙ୍ଗ : ଯଦି କାହାର ଦମ୍ ଅଛି, ପ୍ରମାଣ ସହ ସାମ୍ନାକୁ ଆସୁ ପିସିସି ସଭାପତି

add-all

ଭୁବନେଶ୍ବର: ବିଜେଡି ସହ କଂଗ୍ରେସର ଡିଲ୍ ଅଭିଯୋଗ ଉପରେ ପିସିସି ସଭାପତି ଶରତ ପଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି କାହା ପାଖରେ ତଥ୍ୟ ପ୍ରମାଣ ଥାଏ କି ମୁଁ ବିକ୍ରି ହେଇଯାଇଛି ବିଜେଡି ପାଖରେ ସେ ଯଦି ମୋ ନାଁରେ ପ୍ରମାଣ ଦେବେ, ମୁଁ ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇଯିବି। ବିଜେଡି ଅଫିସରେ ବସିନୁ କି କୋଉ ବିଜେଡି ନେତାଙ୍କ ସହ କଥା ହେଇନୁ। ମୋର ଦଳର କୌଣସି କର୍ମୀ ବିକ୍ରି ହେଇଥିଲେ ପ୍ରମାଣ ଦେଲେ କାର୍ଯ୍ୟାନୁଷ୍ଠାନ ନେବି।
ପିସିସି ସଭାପତି ଦୃଢ଼ତାର ସହ କହିଛନ୍ତି, ଯଦି କାହାର ଦମ ଅଛି, ପ୍ରମାଣ ସହ ସାମ୍ନାକୁ ଆସୁ ମୁଁ ରାଜନୀତି ଛାଢ଼ିଦେବି। ନହେଲେ ଯଦି ଦମ ନାହିଁ ମୋ ନାଁ ରେ ମିଥ୍ୟା ପ୍ରଚାର କରନ୍ତୁ ନାହିଁ। ଆମେ ବହୁତ ଉତଥାନପତନ ଦେଖିଛୁ, ଆମ ପାଇଁ ଏଇଟା ନୂଆ ନୁହଁ। ଆମେ ଲୋପ ପାଇବୁ ନାହିଁ ,ଆଗକୁ ବଢିବାକୁ ଚିନ୍ତା କରୁଛୁ। ମୁଁ ଦିଲ୍ଲୀ ଆସିଛି। ହାଇକମାଣ୍ଡଙ୍କ ସହ ସବୁ ଆଲୋଚନା କଲାପରେ ଓଡ଼ିଶା ଫେରି ସମୀକ୍ଷା କରିବି। ରଣନୀତି ବନେଇବୁ ୯ରୁ ୯୦ ମିଶନ ନେଇ ଆମେ ଚାଲିବୁ।ଦଳ ଖରାପ ସମୟ ଦେଇ ଗତି କରୁଛି। ଅଯଥାରେ ଆମର କିଛି ନେତା ମିଡିଆରେ ଦଳ ବିରୋଧୀ ମନ୍ତବ୍ୟ ଦିଅନ୍ତୁ ନାହିଁ। କର୍ମୀଙ୍କ ମନୋବଳ ଭାଙ୍ଗିଯିବ, ଯିଏ ଯାହା ଅଯଥା କଥା କହିଲେ ମତେ ଫରକ ପଡ଼ିବନି।

ad-week
Leave A Reply

Your email address will not be published.