ପୋଖରୀରେ ବିଷ ପକାଇ ମାରିଦେଲେ ୨ କୁଇଣ୍ଟାଲ ମାଛ…

add-all

ଭଦ୍ରକ : ରାଜନୈତିକ ଆକ୍ରୋଶରୁ ଦୁଇଟି ମାଛ ଚାଷ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ପୋଖରୀରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ରଣଜିତ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଏହି ପଞ୍ଚାୟତ ଅଧୀନରେ ଥିବା କୁଣ୍ଡ ପୋଖରୀ ଏବଂ କାଇତ୍ରା ପୋଖରୀରେ ଦୁର୍ବୃତ୍ତ ମାନେ ରାତି ଅଧରେ ଆସି ମାଛ ମରା ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି।

ଏ ନେଇ ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସରପଞ୍ଚଙ୍କ କହିବା ଅନୁସାରେ ଦୁଇଟିଜାକ ପୋଖରୀରେ ପ୍ରାୟ ୨ କୁଇଣ୍ଟାଲରୁ ଅଧିକ ମାଛ ମରିଯାଇଛନ୍ତି। ଯେଉଁମାନେ ଏଭଳି କୁଶ୍ଚିତ କାମ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ମରି ଯାଇଥିବା ମାଛର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ।

ad-week
Leave A Reply

Your email address will not be published.