ଭୁଲ୍ ଇଞ୍ଜେକସନ୍‌ ଦେଇଦେଲେ ଡାକ୍ତର, ଯୁବକ ମୃତ !

add-all

ରାୟଗଡ଼ା : ଭୁଲ୍ ଇଞ୍ଜେକସନ୍‌ ଦେଇଦେଲେ ଡାକ୍ତର ! ଏହି ଇଞ୍ଜେକସନ୍ ନେଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ମୃତକ ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ସାନ ଚାନ୍ଦିଲି ଗାଁର ପ୍ରଶାନ୍ତ କୌଶଲ୍ୟା। ଜ୍ୱର, ପେଟ ବ୍ୟଥା ଓ ମୁଣ୍ଡ ବିନ୍ଧା ହେବାରୁ ସେ ଏକ ଘୋରୋଇ କ୍ଲିନିକ୍‌କୁ ଡାକ୍ତରଙ୍କ ପରାମର୍ଶ ନେବା ନିମନ୍ତେ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଏକ ଇଞ୍ଜେକସନ୍ ଦେଇଥିଲେ। ଇଞ୍ଜେକସନ୍ ନେଇ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ଏନେଇ ମୃତ ଯୁବକଙ୍କ ପରିବାର ପକ୍ଷରୁ ଚାନ୍ଦିଲି ଥାନାରେ ଏତଲା ଦିଆଯାଇଛି। ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ରାୟଗଡ଼ାର ଜେକେପୁର ସ୍ଥିତ ବି.ସି ରୋଡ଼ ନିକଟରେ ଏହି କ୍ଲିନିକ ରହିଛି। ଏହି କ୍ଲିନିକରେ ନିୟୋଜିତ ଡାକ୍ତର ଦୁଇଟି ଇଂଜେକସନ ଓ କିଛି ଔଷଧ ପ୍ରଶାନ୍ତଙ୍କୁ ଦେଇଥିଲେ। ସେଠାରୁ ପ୍ରଶାନ୍ତ ଘରକୁ ଫେରିବାର ୧୦ ମିନିଟ ମଧ୍ୟରେ ବାନ୍ତି ସାଙ୍ଗକୁ ଛାତିରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ଡାକ୍ତରଖାନା ନେବା ପୂର୍ବରୁ ହିଁ ତତ୍‌କ୍ଷଣାତ୍ ତାଙ୍କର ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.