କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନା ଚକ୍ର ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଭାପତି କମଳାକାନ୍ତ ପାଣ୍ଡେ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ସରକାର ପ୍ରଣୟନ କରିଥିବା ନିୟମ କାନୁନ ସମ୍ପର୍କରେ ଓ ଆଇନଗତ ଦିଗ ସମ୍ପର୍କରେ ବରିଷ୍ଠ ଆଇନଜିବୀ ଭିଭି ରାମଦାସ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟରକ୍ଷା, ପାରିବାରିକ ସମସ୍ୟା, ଅବସର ବିନୋଦନ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା।କିଛି ବରିଷ୍ଠ ନାଗରିକ ପରିବାର ଲୋକଙ୍କଦ୍ୱାରା ଅବହେଳିତ ହେଉଥିବା ରୁ ଆଲୋଚନା କୁ ଆସି ଆଇନର ଆଶ୍ରୟ ନେଵାକୁ ଓ ସଂଘର ସହଯୋଗ ନେବାକୁ ପରାମର୍ଶ ଦିଆଯାଇଥିଲା।କୌଣସି ଆଇନଗତ ପରାମର୍ଶ ଆବଶ୍ୟକ ପଡିଲେ ଆଇନଜୀବି ଭିଭି ରାମଦାସ ମାଗଣାରେ ଯୋଗାଇ ଦେବାକୁ ସମ୍ମତି ପ୍ରଦାନ କରିଥିଲେ।ବରିଷ୍ଠ ନାଗରିକ ମାନେ ସ୍ୱତ୍ତଃ ଚକ୍ଷୁ ଚିକିତ୍ସା ଶିବିର, ଗରିବ ଲୋକଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରିବା ସ୍ୱାଗତ ଯୋଗ୍ୟ।ସରକାର ସହଭାଗୀ ପ୍ରଶାସନ କଥା କହୁଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଜିଲାରେ ବୁଦ୍ଧିଜୀବୀଙ୍କ ମତାମତ ନେଉନଥିବାରୁ ଉଦବେଗ ପ୍ରକାଶ ପାଇଥିଲା।ତହସିଲ, ମୁନସିପାଲଟି ,ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦି ସମ୍ପର୍କରେ ଆଲୋଚନାକରାଯାଇଥିଲା। ମିଳିତ ନାଗରିକ କମିଟିର ସଭାପତି ଡଃ ଅରୁପ ଜେନାଙ୍କ ସହ ଡଃ ଅନନ୍ତ ଚରଣ ମିଶ୍ର, ପ୍ରଣବ ମଣ୍ଡଳ ,ନବୀନ କିଶୋର ପଣ୍ଡା, ବ୍ରଜ ପଟ୍ଟନାୟକ, ପ୍ରଶନ୍ନ ପଟ୍ଟନାୟକ, ନବ କିଶୋର ରଥ, ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ଅଶୋକ ପଟ୍ଟନାୟକ, ପ୍ରମୋଦ ସାହୁ,ପରେଶ ମହାପାତ୍ର, ରାଜୁ ପାଢୀ, ବିକାଶ ମହାନ୍ତି, ବ୍ରହ୍ମାନନ୍ଦ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।ଆଗମୀ ଦିନରେ ହେବାକୁ ଥିବା ସଂଘ ପରିଚାଳନା କମିଟି ନିର୍ବାଚନ ମତାନ୍ତର ଭୁଲି ମିଳିତ ହୋଇ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ଅକାଳରେ ମୃତ୍ୟୁ ବରଣ କରିଥିବା ସଦସ୍ୟଙ୍କ ସମ୍ମାନାର୍ଥେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଶେଷରେ ବୈଂଶୀଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.