୧୯୭୨ ମାଟ୍ରିକ ବ୍ୟାଚ୍ ଛାତ୍ରଙ୍କ ୫୦ ବର୍ଷରେ ହେବ ବନ୍ଧୁ ମିଳନ !

add-all


ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ ପକ୍ଷରୁ ଦୀର୍ଘ ୫୦ ବର୍ଷ ପରେ ଏକ ବନ୍ଧୁ ମିଳନ ଉତ୍ସବ ନିକଟସ୍ଥ ଐତିହାସିକ ପୀଠ ବୁଦ୍ଧଖୋଲ ଠାରେ ଆସନ୍ତା ଡିସେମ୍ବର ୨୦ ତାରିଖ ଦିନ ହେଉଥିବା ନେଇ ଜଣାଯାଇଛି ।ମିଳନର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପୁରାତନ ଛାତ୍ରମାନେ ଉତ୍ସବ ଦିନ ପ୍ରସିଦ୍ଧ କାଷ୍ଠ କୋଣାର୍କ ପୀଠରୁ ଏକ ଶୋଭା ଯାତ୍ରାରେ ବାହାରି ପିପୁଲ୍ସ ହାଇସ୍କୁଲ ଠାରେ ଏକତ୍ରିତ ହୋଇ ବୁଦ୍ଧଖୋଲ ଯାତ୍ରା କରିବେ ଓ ସମସ୍ତ ସହପାଠୀ ସପରିବାର ଏଥିରେ ଯୋଗ ଦେଇ ସ୍ମୃତି ମନ୍ଥନ କରିବେ ବୋଲି ଆୟୋଜକ ମାନଙ୍କଠାରୁ ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.