୨୩ ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

add-all

ହିଞ୍ଜିଳିକାଟୁ ୧୦।୧୨ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନି ଷ୍ଟାଡିୟମ ପରିସରରେ ଚଳିତ ମାସ ୨୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ।

ହିଞ୍ଜିଳିକାଟୁ ଈଗଲ କ୍ରିକେଟ କ୍ଳବ ଆନୁକୁଲ୍ୟରେ ଆୟୋଜିତ ଦୀପକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସଂଘ ଉପସଭାପତି ପ୍ରଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଚଳିତ ଥର ଟୁର୍ଣ୍ଣାମେଣ୍ଟ ପାଇଁ କର୍ମକର୍ତ୍ତ। ଚୟନ କରାଯାଇଛି। ସଂଜୟ କୁମାର ପଣ୍ଡା ସଭାପତି ଓ ପ୍ରଫୁଲ୍ଲ କୁମାର ଜେନା ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।

ସେହିପରି କୋଷାଧ୍ୟକ୍ଷ ଭାବେ ସିମାଚଂଳ ପାଣିଗ୍ରାହୀ ଙ୍କୁ ସର୍ବସମ୍ମତିରେ ଚୟନ କରାଯାଇଛି। ପରିଚାଳନା କମିଟିରେ ସୁନିଲ ସାହୁ, ସଚିନ ସେଠୀ, ଅମୂଲ୍ୟ ରତ୍ନ ପଣ୍ଡା, ଟିକୁ ମହାରଣା, ଵାବୁ ପଣ୍ଡା, ବାବୂଲି, ରଜତ, ମନମଥ,ସୂରଜ କାଳିଆ ଙ୍କୁ ଦାୟିତ୍ୱ ଦିଆଯାଇଛି।
ତେବେ ଏଥର ଟୁର୍ଣ୍ଣାମେଣ୍ଟକୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ad-week
Leave A Reply

Your email address will not be published.