
ଫୁଲବାଣୀ -୧୧/୧୨ : ରାଜ୍ୟରେ ଏକ ସ୍ଵଛ ଓ ଦୁର୍ନୀତିମୁକ୍ତ ସରକାର ଗଠନ କରିବାପାଇଁ ଆମ ଆଦମୀ ପାର୍ଟି ରେ ସାମିଲ ହୋଇ ସଂଗଠନ କୁ ସୁଦୃଢ଼ କରିବା ପାଇଁ ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ଆବାହକ ନିଶିକାନ୍ତ ରଥ ଆହ୍ୱାନ ଦେଇଛନ୍ତି l
ସେହିପରି କର୍ମୀ ମାନେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ଆମ ଆଦମୀ ପାର୍ଟିର ସଙ୍ଗଠନକୁ ସୁଦୃଢ଼ କରିବାକୁ ରାଜ୍ୟ ଆବାହକ ନିଶିକାନ୍ତ ପରାମର୍ଶ ଦେଇଥିଲେ lସେହିପରି ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ବଳରାମ ଡିଗାଲ, ଉପସଭାପତି ଯୌବନ ମଲ୍ଲିକ, କନ୍ଧମାଳ ପର୍ଯ୍ୟବେକ୍ଷକ ଆଦିତ୍ୟ ନାରାୟଣ ରଥ, ନାରୀ ନେତ୍ରୀ ରଶ୍ମିତା ପଟ୍ଟନାୟକ , ଯୁବନେତା ଗିରିଶ ପଟ୍ଟନାୟକ ,ତ୍ରିନାଥ ମାଝୀ ଅଧ୍ୟକ୍ଷ ଅନୁସୂଚିତ ଜାତି, ମହେନ୍ଦ୍ର ମଲ୍ଲିକ ଅଧ୍ୟକ୍ଷ ଅନୁସୁଚିତ ଜନଜାତି ଯୁବ ନେତା ସଂଜୀବ ପ୍ରଧାନ ପ୍ରମୁଖ ଯୋଗଦେଇ ଦୁର୍ନିତୀ ଓ ଭ୍ରଷ୍ଟାଚାର ଦୂର ସହ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ପାଇଁ ଆମଆଦମୀ ପାର୍ଟିକୁ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ l
ଏହି ଅବସରରେ ଏକ ରା଼ଲ୍ଲି ମାଦିକୁନ୍ଦା ଛକରୁ ବାହାରି ମୁଖ୍ୟରାସ୍ତାରେ ଆସି ଗାନ୍ଧୀ ସ୍ମୃତି ଭବନ ରେ ପହଞ୍ଚିଥିଲା lଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକଆମ ଆଦମୀ ପାର୍ଟିର କର୍ମୀ ଯୋଗ ଦେଇଥିଲେ l