
ଭୁବନେଶ୍ଵର : ଏକ ଦେଶର ମୂଳଭିତ୍ତି ହେଉଛି ଶିକ୍ଷା ବ୍ୟବସ୍ଥା ଏବଂ ସେ ଶିକ୍ଷାର ଆତ୍ମା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅଟେ । କିନ୍ତୁ ବିଡମ୍ବନାର ବିଷୟ ଯେ ସରକାର ଉକ୍ତ ବିଭାଗକୁ ଭୁଲିଯିବା ପରି ଅନୁମେୟ ହେଉଅଛି । ସୂଚନାଯୋଗ୍ୟ ଯେ ସରକାର ଦୀର୍ଘ 6 ବର୍ଷ ହେଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରେ ଗୋଟିଏ ବି ନିଯୁକ୍ତି ସୃଷ୍ଟି କରିନାହାନ୍ତି କିନ୍ତୁ ଲକ୍ଷେ ରୁ ଅଧିକ ଆଶାୟୀ ପ୍ରଶିକ୍ଷଣ ନେଇ ଯୋଗ୍ୟତା ପରୀକ୍ଷା କୃତକାର୍ଯ୍ୟ ହେଇ ଅପେକ୍ଷାରତ। ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଅହେତୁକ ଶିକ୍ଷକ ଅଭାବ ସହ ଭିତ୍ତିଭୂମି ଏତେ ଦୁର୍ବଳ ଯେ ଲୋକଙ୍କର ଭରଷା ତୁଟିଗଲାଣି । ସେମାନେ ବାଧ୍ୟ ହେଇ ବହୁତ୍ ଅଭାବ ଅସୁବିଧା ସତ୍ତ୍ୱେ ଗୁଣାତ୍ମକ ଶିକ୍ଷାଟିକକ ଘରୋଇକରଣ ମୁହାଁ ହେଉଛନ୍ତି କିନ୍ତୁ ସରକାର କହୁଛନ୍ତି ସେମାନଙ୍କ ଇଚ୍ଛା ସେମାନେ ଆଉ ସରକାରୀ ବିଦ୍ୟାଳୟରେ ପଢେଇବାକୁ ଇଛୁକ ନୁହନ୍ତି । ବାସ୍ତବରେ ସରକାର , ସରକାରୀ ପ୍ରାଥମିକ ବିଦ୍ୟାଳୟ ଉପରେ ଲୋକଙ୍କର ଯେଉଁ ବିଶ୍ୱାସ ଓ ଭରଷା ରହିବା କଥା ତାକୁ ଜାଣିଶୁଣି ଭଙ୍ଗ କରିଛନ୍ତି । ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଲୋକଙ୍କ ଚୟନ ନାଆଁ ଦେବା ପ୍ରକୃତରେ ବ୍ୟବସ୍ଥାର ଅପରିପକ୍ଵ ମାନସିକତାକୁ ବୁଝାଉଛି ।
ପୁନଶ୍ଚ ରାଜ୍ୟ ସରକାର ଯେଉଁ ଆନୂପତିକ ଗଣିତ ବୁଝାଉଛନ୍ତି ସେ ଗଣିତରେ ସେ ସାରା ରାଜ୍ୟକୁ ଏକକ ଭାବେ ଦର୍ଶାଉଛନ୍ତି କିନ୍ତୁ ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ବିଦ୍ୟାଳୟ ହିଁ ଏକକ ଆଉ ନିୟମ ଅନୁଯାୟୀ ସରକାର ୦ ରୁ ୩୦ ସଂଖ୍ୟକ ପିଲାଙ୍କ ପାଇଁ ଜଣେ ଶିକ୍ଷକ ୩୦ ରୁ ୬୦ ସଂଖ୍ୟକ ପିଲାଙ୍କ ପାଇଁ ୨ ଜଣ ଶିକ୍ଷକ ଦେବାର ବ୍ୟବସ୍ଥା ଥିବା ବେଳେ ସରକାରଙ୍କ ପରିସଂଖ୍ୟାନ ଉଦାହରଣ ନେଇ ଦେଖିବା ୩୨ , ୩୯ , ୪୫ ଲେଖାଏଁ ପିଲାରେ ବି ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଦେଇଥିବା ବେଳେ ରାଜ୍ୟ ସ୍ତରରେ ଏଇ ୨ , ୯ , ୧୫ ଯେଉଁ ଅତିରିକ୍ତ ସଂଖ୍ୟା , ରାଜ୍ୟ ହିସାବରେ ପୁଣି ୩୦ ହେବାରେ ସହାୟକ ହେବ । ଅର୍ଥାତ୍ ପ୍ରତି ବିଦ୍ୟାଳୟକୁ ଏକକ ଧରିଲେ ପ୍ରାଥମିକ ଶିକ୍ଷା ଅବସ୍ଥା ଯେ କେତେ ଖରାପ୍ ତାହା ଜାଣିହୁଏ ।
ଅନ୍ୟ ଏକ ଦୃଷ୍ଟି ଭଙ୍ଗୀ ରେ ଦେଖିଲେ, ବିଭିନ୍ନ ଗଣମାଧ୍ୟମରେ ପ୍ରତ୍ୟେକ ଦିନ ଶିକ୍ଷକ ଅଭାବୀ ସମସ୍ୟା ନଜରକୁ ଆସୁଛି । ପୁଣି ପ୍ରତି ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଶିକ୍ଷକ ସଂଖ୍ୟା ତଥ୍ୟ ସାର୍ବଜନୀନ ବେଳେ ଚଞ୍ଚକତା ଯୁକ୍ତ ତଥ୍ୟ ଦର୍ଶାଯାଉଛି । ଯେମିତି କି ଗୋଟିଏ ବିଦ୍ୟାଳୟରେ ୧ମ ରୁ ୧୦ମ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବେଳେ ପ୍ରାଥମିକ , ଉଚ୍ଚ ପ୍ରାଥମିକ , ମାଧ୍ୟମିକ ଶ୍ରେଣୀ ପାଇଁ ଅଲଗା ଅଲଗା ଶିକ୍ଷକ ରହିଥାନ୍ତି । କିନ୍ତୁ ସରକାରୀ ତଥ୍ୟ ଦର୍ଶାଉଛି ଯେ ୧ମ ରୁ ୧୦ ପିଲା ସଂଖ୍ୟା ଏତିକି ଶିକ୍ଷକ ସଂଖ୍ୟା ସେତିକି ଯାହା ଫଳରେ ପ୍ରାଥମିକ ସ୍ତରର ଅଭାବ ସ୍ପଷ୍ଟ ବାରି ହେଉନାହିଁ । ଏଭଳି ପରିସ୍ଥିତିରେ ଅଘୋଷିତ ଭାବେ ଏକ ସ୍ପଶ୍ଟୋକ୍ତି ତିଆରି ହେଉଛି ଯେ ଉଚ୍ଚ ବିଦ୍ୟାଳୟର ପ୍ରତି ବିଷୟ ଶିକ୍ଷକ ଅଧିକ ସଂଖ୍ୟାରେ ଥିବା ଦୃଷ୍ଟିରୁ ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଅଭାବ ଦେଖାଯାଉନାହିଁ । କିନ୍ତୁ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ପ୍ରାଥମିକ ପ୍ରଶିକ୍ଷଣ ନ ନେଇ କିପରି ପ୍ରାଥମିକ ପିଲାଙ୍କ ମନସ୍ତତ୍ତ୍ୱ ବୁଝିପାରିବେ ତାହା ନିଶ୍ଚିତ ଭାବରେ ଚିନ୍ତା ଜନକ ବିଷୟ । ଏହି ଜରିଆରେ ସଂଖ୍ୟା ଗଣିତ ପ୍ରଦର୍ଶିତ କରି ସରକାର କେବଳ ନିଜର ଦୁର୍ବଳତା ଲୁଚାଇ ପାରନ୍ତି କିନ୍ତୁ କୋମଳ ଶିଶୁଙ୍କ ଆବଶ୍ୟକତା ବା ଅଧିକାର ରକ୍ଷା କରିପାରିବେ ନାହିଁ।
ଏଠି ଆଉ ଏକ ପ୍ରଶ୍ନ ଉଙ୍କିମାରେ ଯଦି ଅତ୍ୟଧିକ ଶିକ୍ଷକ ଥିଲେ ଅନୁପାତରୁ ଅଧିକ ରହିବେ ସରକାର ହୃଦବୋଧ କରୁଥିଲେ ତେବେ ୬ବର୍ଷ ଧରି ପ୍ରଶିକ୍ଷଣ କ’ଣ ପାଇଁ କରୁଥିଲେ ? ଏବଂ ଓଡ଼ିଶା ଶିକ୍ଷକ ଦକ୍ଷତା ଭିତ୍ତିକ ପରୀକ୍ଷା କ୍ରମାନ୍ୱୟରେ କରିବାର କ’ଣ ଆବଶ୍ୟକତା ରହିଛି ? ସରକାର ଏକ ଯୋଜନା ବା ଖସଡ଼ା ପ୍ରସ୍ତୁତ କରି ବିଭିନ୍ନ କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଚଲାଇଥାନ୍ତି କିନ୍ତୁ ପ୍ରଶିକ୍ଷଣ ବା ଦକ୍ଷତା ପରୀକ୍ଷାର କ୍ଷଣ ପ୍ରୟୋଜନ ନ ଥିବା ସତ୍ତ୍ୱେ ସରକାର କାହିଁକି ଏସବୁ କାର୍ଯ୍ୟକ୍ରମ ବଜାୟ ରଖିଛନ୍ତି ? ମେଧା ଯୁବବର୍ଗଙ୍କ ସମୟ ତଥା ଅର୍ଥ ଆତ୍ମସାତ କରିବାକୁ ! ନା ଉଚ୍ଚ ପ୍ରଶିକ୍ଷିତ ବେକାରୀ ମଞ୍ଜି ବୁଣିବାକୁ !! ଏଭଳି ଅନେକ ବ୍ୟବସ୍ଥା ବିରୋଧରେ ପ୍ରଶ୍ନ ଆଜି ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସେପଟେ ସରକାରୀ ବ୍ୟବସ୍ଥା ଉପରୁ ଲୋକଙ୍କ ଭରଷା ଉଠାଇ ସରକାରୀ ସ୍କୁଲ୍ ପିଲା ଅଭାବ ଦର୍ଶାଇ ଭାଙ୍ଗି ମେଞ୍ଚାଏ ଘରୋଇ ବିଦ୍ୟାଳୟ ଖୋଲାଇବା ଅନୁମୋଦନ ଦେଇ ମଧ୍ୟ ପ୍ରାଥମିକ ଶିକ୍ଷାକୁ ମାରିଦେଇଥିବା ପରିପ୍ରେକ୍ଷୀରେ କୁନି କୁନି ପିଲା କିପରି ବଢିବେ ଗୁଣାତ୍ମକ ମାନ ବଢାଇ କିପରି ଅଧିକ ପିଲା ଆସିବେ ଚିନ୍ତା ନ କରି ସ୍କୁଲ୍ ଭାଙ୍ଗି ସିଧା ଘରୋଇ ସ୍କୁଲ ଅନୁମୋଦନ ଦେବା ସରକାରଙ୍କ ପ୍ରାଥମିକ ଶିକ୍ଷା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ କରୁଥିବା ସଂଘ ସଭାପତି ନମିତା ଦାସମହାନ୍ତି ପ୍ରତିକ୍ରିୟା ଦେଇଥିବା ବେଳେ ସେମାନଙ୍କୁ ଯଥାଶୀଘ୍ର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଉ ଏବଂ ଭଙ୍ଗାଥିବା ସ୍କୁଲ୍ ପୁନଃ ପରିଚାଳିତ କରାଯାଇ ସମସ୍ତ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଶିକ୍ଷା ଉପିଯୋଗୀ କରାଯାଉ ବୋଲି ସଂଘ ସମ୍ପାଦକ ସୁବ୍ରତ ପଣ୍ଡା ମତ ପ୍ରକାଶ କରିଛନ୍ତି ।