ମିିଳିଲା ଜାମିନ କିନ୍ତୁ ଜେଲ୍‌ରୁ ମୁକୁଳିବେନି ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

add-all

ମୁମ୍ବାଇ: ୧୦୦ କୋଟି ଟଙ୍କାର ଦୁର୍ନୀତି ଓ ନିଜ କ୍ଷମତାର ଅପବ୍ୟବହାର ମାମଲାରେ ଜେଲ୍‌ରେ ଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ମିଳିଲା ଜାମିନ। ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ବିଚାରପତି ଏମ୍‌. ଏସ୍‌. କର୍ଣ୍ଣିକ୍‌ଙ୍କ ଜଣିକିଆ ଖଣ୍ଡପୀଠ ଦେଶମୁଖଙ୍କୁ ମୁକ୍ତ କରିବା ଲାଗି ନିର୍ଦେଶ ଦେଇଛନ୍ତି। କିନ୍ତୁ ଜାମିନ ମିଳିବା ସତ୍ତ୍ୱେ ସେ ଜେଲ୍‌ରୁ ଏବେ ମୁକୁଳିପରିବେ ନାହିଁ।

ଦୁର୍ନୀତି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିବାକୁ ମୟ ମାଗିବା ପରେ କୋର୍ଟ ଦେଶମୁଖଙ୍କ ଜାମିନ ମଞ୍ଜୁରୀକୁ ଦଶ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଏହି କାରଣରୁ ସେ ଏବେ ଜେଲରୁ ବାହାରି ପାରିବେ ନାହିଁ।

ଅନୀଲ ଦେଶମୁଖ ବର୍ତ୍ତମାନ ନ୍ୟାୟିକ ଅଧୀନରେ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି। ଗତ ମାସରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ୭୪ ବର୍ଷିୟ ଦେଶମୁଖ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଜ ସ୍ୱାସ୍ଥ୍ୟାଗତ କାରଣ ଦର୍ଶାଇ ସେ ଜାମିନ ମାଗିଥିଲେ।

ଏହି ମାମଲାର ଆର୍ଥିକ ଦିଗର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ଅଭି‌ଯୋଗ କରିଛି ଯେ, ରାଜ୍ୟର ଗୃହମନ୍ତ୍ରୀ ଥିବା ବେଳେ ଅନୀଲ ଦେଶମୁଖ ପୁଲିସ ଅଧିକାରୀ ସଚିନ ବାଜେଙ୍କ ଜରିଆରେ ମୁମ୍ବାଇର କେତେକ ବାର୍ ଓ ରେସ୍ତୋରାଁରୁ ୪.୭୦ କୋଟି ଟଙ୍କା ଆଦାୟ କରିଥିଲେ। ପୂର୍ବରୁ ନଭେମ୍ବର ୧୮ ତାରିଖରେ ଅନୀଲ ଦେଶମୁଖଙ୍କ ମାମଲାରେ ଜଡ଼ିତ ଥିବା ସଚିନ ବାଜେଙ୍କୁ ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଜାମିନ ମଞ୍ଜୁର କରିଥିଲେ।

କିନ୍ତୁ, ଜାମିନ ପାଇ ସୁଦ୍ଧା ଚାକିରିରୁ ବରଖାସ୍ତ ହୋଇଥିବା ବାଜେ ଜେଲ୍‌ରୁ ମୁକ୍ତ ହୋଇ ପାରି ନ ଥିଲେ। କାରଣ, ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବ‌ୋମା ଆତଙ୍କ ଏବଂ ତା’ପରେ ଥାନେ ବ୍ୟବସାୟୀ ମନସୁଖ ହିରନ୍‌ଙ୍କ ହତ୍ୟା ସମେତ ଅନ୍ୟ କେତେକ ମାମଲାରେ ସେ ଅଭିଯୁକ୍ତ ଅଟନ୍ତି।

ad-week
Leave A Reply

Your email address will not be published.