“ଉଫୁନା” ତରଫରୁ ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମର୍ଦ୍ଧିତ

add-all

ଫୁଲବାଣୀ : ଫୁଲବାଣୀର ବିଶିଷ୍ଠ ସାହିତ୍ୟିକ ଓ ସମାଜସେବୀ ଡ଼ଃ ନୃସିଂହାନନ୍ଦ ମହାପତ୍ରଙ୍କୁ ବିଶ୍ୱ ମାନବିକ ଦିବସ ଅବସରରେ ଉତ୍କଳ ଫେଡେରେସନ ଅଫ ଯୁନାଇଟେଡ଼ ନେସନସ ଆସୋସିଏସନ, ( ଉଫୁନା ), ଓଡିଶା ତରଫରୁ ସମର୍ଦ୍ଧିତ କରାଯାଇଛି l ଭୁବନେଶରର ଭଞ୍ଜ କଲମଣ୍ଡପ ଠାରେ ଆୟୋଜିତ ଏହି ସମର୍ଦ୍ଧନା ପର୍ବ, ଆଲୋଚନା ଚକ୍ର ଓ ବନ୍ଧୁମିଳନରେ ” ଉଫୁନା” ର ସାଧାରଣ ସମ୍ପାଦକ ସୁରେଶ ଶ୍ରୀବାସ୍ତବ, ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମୁଖ୍ୟ ବକ୍ତା ଭାବେ ଓଡିଶା ରାଜ୍ୟ କଂଜୂମେର ଫୋରମର ସଭାପତି ନ୍ୟାୟାମୁର୍ତ୍ତି ଡି ପି ଚୌଧୁରୀ ଯୋଗ ଦେଇ ମାନବିକ ଅଧିକାର ଦିବସ ଉପଲକ୍ଷେ କଥା ରଖିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଲୋକସେବକ ମଣ୍ଡଳର ସଭାପତି ନିରଞ୍ଜନ ରଥ,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରା,ପୂର୍ବ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ, ଏସ କେ ତମଫିଆ,ଭିକାରି ଚରଣ ରାଉତ,ଅଲେଖ ଚନ୍ଦ୍ର ପଢିଆରି,ମାନକେତନ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏଥି ସାହିଁତ ଉଫୁନା ଓ ଇଫୁନାର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଶ୍ରୀମହାପାତ୍ର ଫୁଲବାଣୀ ଆଇ ଟି ଆଇ ର ସହକାରୀ ତାଲିମ ଅଧିକରି ରୂପେ କାମ କରନ୍ତି l ଫୁଲବାଣୀ ତଥା ରାଜ୍ୟର ବହୁ ସାହିତ୍ୟ ଓ ସାମାଜିଜ ଅନୁଷ୍ଠାନ ସହ ସେ ଜଡିତ ଅଛନ୍ତି l କୋଡିଏ ରୁ ଅଧିକ ବହିର ସେ ରଚୟତା l ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତ l

ad-week
Leave A Reply

Your email address will not be published.