କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଉଦଯାପିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥାନୀୟ ସେନାପତି ରେସିଡେନିସ ଠାରେ ଫୁଲବାଣୀ କୂଇ ଭାଷା ସାହିତ୍ୟ ସମିତି ପକ୍ଷରୁ ଆୟୋଜିତ ତିନି ଦିନିଆ କୁଇ ଲିପି ପ୍ରଦର୍ଶନୀ ଓ ଆଲୋଚନା ଚକ୍ରର ଆଜି ତୃତୀୟ ଦିବସରେ ଉଦଯାପିତ ହୋଇଯାଇଛି l ଏହି କର୍ମଶାଳାରେ ଫିରିଙ୍ଗିଆ ଅଂଚଳର ଦୀନବନ୍ଧୁ କହଁରଙ୍କ ପ୍ରସ୍ତୁତ ଲିପିକୁ ଗୃହୀତ କରାଯାଇଥିବା ଜୁରୀ ଅଧ୍ୟକ୍ଷ ଡଃ, ଗଙ୍ଗାଧର ହାଁସଦା ଘୋଷଣା କରିବା ପରେ ଦୀନବନ୍ଧୁଙ୍କୁ କମିଟି ପକ୍ଷରୁ ଉପଢୌକନ, ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିବା ସମ୍ପାଦକ ଡା. ନିରଦ ଚନ୍ଦ୍ର କହଁର ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ କର୍ମଚାରୀ ସମନ୍ୱୟ ସମିତି ସମ୍ପାଦକ ଗଙ୍ଗା କହଁର, ଇଂ ଅବନୀ କହଁର, ନରୋତ୍ତମ ପ୍ରଧାନ, ପଦ୍ମଶ୍ରୀ ଦମୟନ୍ତୀ ବେସରା, ମନୋଜ ମଲିକ, ପ୍ରଦୀପ କହଁର, ପୁଷରା କହଁର, ଏସୀଆ କହଁର, ବୁଲୁ ହିକା କୋରାପୁଟ, ମୁକୁନ୍ଦ କହଁର, ଡଃ କାନ୍ଥ ଶତପଥୀ, ଇନ୍ଦ୍ରଜିତ ସିଂହ,ଡଃ ବାବୁ ରାଓ ମହାନ୍ତି ରାୟଗଡା, ଜଗବନ୍ଧୁ ଦାଶ ଚକାପାଦ, ସୁଦାମ ବେହେରା ପ୍ରମୁଖ ଙ୍କ ସମେତ ଫୁଲବାଣୀ ଓଜି. ଉଦୟଗିରି ବିଧାୟକ, ଅଧ୍ୟକ୍ଷ, ଏସ ଡି ସି,ଙ୍କ ସମେତ ରାଜ୍ୟର ବିଭିନ୍ନ ଅଂଚଳରୁ ବହୁ ବୁଦ୍ଧିଜୀବୀ, କୁଇନେତା
ପ୍ରମୁଖ ଯୋଗ ଦେଇ କୁଇଲିପିକୁ ମାନ୍ୟତା ପ୍ରଦାନ କରିବା ନେଇ ମତବ୍ୟକ୍ତ କରିଥିଲେ l ଏଥି ସହିତ ଓଡ଼ିଶାର ବହୁ ଆଦିବାସୀ ଲେଖକ, ଅବସରପ୍ରାପ୍ତ ଅଫିସର, କର୍ମଚାରୀ, ବିଧାୟକ, ଅଧ୍ୟାପକ ଓ ଅଧ୍ୟାପିକା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର,କୁଇ ସମାଜର କର୍ମକର୍ତ୍ତା ଓ ନେତା ଯୋଗ ଦେଇ କୁଇ ଭାଷା ପ୍ରଚଳନ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା କର୍ମଶାଳାର ଆଜି ଉଦଯାପନ ଉତ୍ସବରେ କୁଇ ଭାଷାର ଲିପି ପ୍ରଚଳନ ଏକ ପୁସ୍ତକ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା l

ad-week
Leave A Reply

Your email address will not be published.