ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

add-all

ଦାରିଙ୍ଗବାଡ଼ି (୧୨/୧୨) : ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ପାଳନ ନେଇ ବ୍ଲକ ସଭାଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତା କ୍ରମେ ବୈଠକରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ। ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ତହସିଲଦାର ଡ. ଅଶୋକ କୁମାର ଦାସ, ଗୋଷ୍ଟି ଶିକ୍ଷା ଅଧିକାରୀ ରସାନନ୍ଦ କର, ଥାନା ଅଧିକାରୀ କୌଶିକ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶୀତ ମହୋତ୍ସବ ନେଇ ଏକ କମିଟି ଗଠନ ହୋଇଥିଲା। କମିଟିରେ ସଭାପତି ଭାବେ ବିଧାୟକ ସାଲୁଗା ପ୍ରଧାନ, ସଂପାଦକ ଭାବେ ବିଡ଼ିଓ ଗଦାଧର ପାତ୍ର ଓ କୋଷଧକ୍ଷା ଭାବେ ତହସିଲଦାର ଡ. ଅଶୋକ ଦାସଙ୍କୁ ଚୟନ କରାଯାଇଥିଲା। କରୋନ ହେବା ଫଳରେ ଦୁଇ ବର୍ଷ ହେବ ଶୀତ ମହୋତ୍ସବ ବନ୍ଦ ରହିଥିଲା । ଆସନ୍ତା ଜାନୁଆରୀ ମାସ ୭ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଶୀତ ମହୋତ୍ସବ ପାଳନ ନେଇ ନିଷ୍ପତି ହୋଇଥିଲେ। ଏହି ବୈଠକରେ ବଣିକ ସଂଘ, ହୋଟେଲ ମାଲିକ ସଂଘ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.