କରନାଳୀ ପାଣି ପଞ୍ଚାୟତ ନିର୍ବାଚନ : ସରିତାରାଣୀ ପଟ୍ଟନାୟକ ସଭାପତି ନିର୍ବାଚିତ

add-all

ହିଞ୍ଜିଳିକାଟୁ (୧୨।୧୨) : ହିଞ୍ଜିଳିକାଟୁ ରିଷିକୁଲ୍ୟା ଜଳସେଚନ ପ୍ରଣାଳୀ ଅନ୍ତର୍ଗତ ୬ ନମ୍ବର କରନାଳୀ ପାଣି ପଞ୍ଚାୟତ ନିର୍ବାହୀ କମିଟି ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ସରିତାରାଣୀ ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ହିଞ୍ଜିଳିକାଟୁ ଜଳସେଚନ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ଦାସ ଙ୍କ ପରିଚାଳନାରେ ଅନୁଷ୍ଠିତ ଆଜିର ନିର୍ବାଚନରେ ଆସିକା ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକଙ୍କ ସହଧର୍ମିଣୀ ଶ୍ରୀମତୀ ପଟ୍ଟନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ବି ରାମଚନ୍ଦ୍ର ଓ କୋଷାଧ୍ୟକ୍ଷ ଭାବେ ସାତପାଣ୍ଡିଆ ଗ୍ରାମର କେ ରାଜେନ୍ଦ୍ର ରେଡ୍ଡୀ ନିର୍ବାଚିତ ହୋଇଛନ୍ତି। ଅବହେଳିତ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ରିଷିକୁଲ୍ୟା ଅବବାହିକା ୭ ନମ୍ବର କେଳାଲ ଯାହାକି ଅଂଚଳର ଭାତହାଣ୍ଡି ର ପୁନଃରୁଦ୍ଧାର ପାଇଁ ଉଦ୍ୟମ କରାଯିବ ବୋଲି ବିଜୟୀ ହେବା ଅବସରରେ ନୂତନ ସଭାପତି ଶ୍ରୀମତୀପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.