ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ

add-all

ବୁଗୁଡ଼ା : ତା ୧୨/୧୨/୨୨ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ୨୫ତମ ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିଦିବସୀୟ ବାର୍ଷିକ କ୍ରୀଡାର ବିଭିନ୍ନ ପ୍ରତିଯୋଗିତାରେ କନିଷ୍ଠ, ଶିଶୁ, ବାଲ୍ ଓ କିଶୋର ଆଦି ବର୍ଗର ମୋଟ ୨୩୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୯୫ ଜଣ କୃତିତ୍ବ ହାସଲ କରିଥିଲେ । କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ବାଲବର୍ଗର ଛାତ୍ରୀ ଗୀତାଞ୍ଜଳି ସାହୁ, କିଶୋର ବର୍ଗର ଛାତ୍ର ମଦନ ମୋହନ ପ୍ରଧାନ ଓ ଛାତ୍ରୀ ସ୍ବସ୍ତିକା ସାଇନି ହୋତା ପ୍ରମୁଖ ଚମ୍ପିଅନ୍ ରୂପେ ବିବେଚିତ ହୋଇଥିଲେ। ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଗୌରୀ ଶଙ୍କର ମିଶ୍ର , ନମିତା ବେହେରା ଓ ସନ୍ତୋଷିନୀ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ବର୍ଗର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ , ପ୍ରଧାନାଚାର୍ଯ୍ଯ ରବିନ୍ଦ୍ର କୁମାର ଦାଶ ଅତିଥି ପରିଚୟ ପ୍ରଦାନ, ଶାରୀରିକ ପ୍ରମୁଖ ଗୁରୁମା ମଧୁସ୍ମିତା ଦାଶ କ୍ରୀଡା ବିବରଣୀ ପଠନ, ଗୁରୁମା ହରପ୍ରିୟା ମିଶ୍ର କୃତି ପ୍ରତିଯୋଗୀଙ୍କ ନାମ ଘୋଷଣ , ଗୁରୁଜୀ ସଞ୍ଜୟ ଷଡଙ୍ଗି ସଂଯୋଜନା ଓ ଗୁରୁମା ସୁମତି ମିଶ୍ର ଧନ୍ୟବାଦ ଅର୍ପଣ ଦାୟିତ୍ବ ନିର୍ବାହ କରିଥିଲେ । ପରିଶେଷରେ ମୁଖ୍ୟ ଅତିଥିଙ୍କ ଦ୍ବାରା କ୍ରୀଡା ପତାକା ଅବତରଣ ସାଙ୍ଗକୁ କ୍ରୀଡା ଜ୍ଯୋତିକୁ ନିର୍ବାପିତ କରାଯାଇ ଉତ୍ସବ ସମାରୋପ ଘୋଷଣା କରାଯାଇଥିଲା ।ଏହି କ୍ରୀଡା ଉତ୍ସବ ପରିଚାଳନାରେ ଶିଶୁ ମନ୍ଦିରର ସମସ୍ତ ସେବାବ୍ରତୀ ସକ୍ରିୟ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.