ଚାଇନା ସହ ଟେନସନ୍‌: ସୀମାରେ ଭାରତର ଏୟାର ପ୍ୟାଟ୍ରୋଲିଂ

add-all

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଚାଇନାର ଅନୁପ୍ରବେଶ ଉଦ୍ୟମ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଛି। ଚାଇନା ଆକାଶ ପଥରେ ଅନୁପ୍ରବେଶ କରିବାର ଆଶଙ୍କା ଥିବାରୁ ଭାରତୀୟ ସେନା ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଚାଇନାର ସବୁ ହରକତକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନା ଯୁଦ୍ଧ ବିମାନ ଦ୍ୱାରା ପ୍ୟାଟ୍ରୋଲିଂ କରିଛି। ୨-୩ ଥର ଯୁଦ୍ଧ ବିମାନ ସୀମାନ୍ତରେ ଉଡ଼ାଇ ଚାଇନାକୁ ନାଲି ଆଖି ଦେଖାଇଛନ୍ତି ଭାରତୀୟ ସେନା। ଚାଇନିଜ୍‌ ଡ୍ରୋନ୍‌ ବାୟୁ ସୀମା ଉଲ୍ଲଙ୍ଘନ କରିବାର ଆଶଙ୍କା ଥିବାରୁ ଭାରତ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।
ଏଏନଆଇର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୯ ତାରିଖର ସଂଘର୍ଷ ପୂର୍ବରୁ ହିଁ ଭାରତୀୟ ସେନା ଅରୁଣାଚଳ ପ୍ରଦେଶର ସୀମାନ୍ତ ଅଞ୍ଚଳରେ ଏୟାର ପ୍ୟାଟ୍ରୋଲିଂ ଆରମ୍ଭ କରିଥିଲା। ୯ ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଦୁଇ ଦେଶର ସେନା ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର କିଛି ଯବାନ ସାମାନ୍ୟ ଆହତ ହୋଇଥିଲେ।

ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚାଇନା ପକ୍ଷରୁ ଏଲଏସିରେ ଥିବା ଆମ ପୋଷ୍ଟକୁ ଡ୍ରୋନ ପଠାଇବାର ଆଶଙ୍କା ବଢ଼ିଥିଲା। ତେଣୁ ଗତ ସପ୍ତାହରେ ୨ରୁ ୩ଥର ଭାରତୀୟ ସେନା ଯୁଦ୍ଧ ବିମାନ ଉଡ଼ାଇ ଚାଇନାର ସବୁ ଯୋଜନାକୁ ପଣ୍ଡ କରିଛି।

ବାୟୁ ସୀମା ଉଲ୍ଲଙ୍ଘନ ବିପଦକୁ ଏଡ଼ାଇବା ପାଇଁ ଏସ୍‌ୟୁ-୩୦ଏମକେଆଇ ଯୁଦ୍ଧ ବିମାନକୁ ପ୍ୟାଟ୍ରୋଲିଂରେ ବ୍ୟବହାର କରାଯାଇଛି। ଉତ୍ତର ପୂର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଯୁଦ୍ଧ ବିମାନ ସବୁ ମହଜୁଦ ହୋଇ ରହିଛି। ଆସାମର ତେଜପୁର ଓ ଛାବୁଆରେ ସୁଖୋଇ-୩୦ ଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧ ବିମାନ ପ୍ରସ୍ତୁତ ହୋଇ ଅଛନ୍ତି। ପଶ୍ଚିମବଙ୍ଗର ହାଶିମାରାରେ ରାଫେଲ ଜେଟ୍‌ ମଧ୍ୟ ମୁକାବିଲା ପାଇଁ ରହିଛି।

ad-week
Leave A Reply

Your email address will not be published.