ସନ୍ଦୀପ ପାଠକଙ୍କୁ ଦଳର ଜାତୀୟ ସାଧାରଣ ସଚିବ ଭାବେ ନିଯୁକ୍ତି ଦେଲା ଆପ୍‌

add-all

ନୂଆଦିଲ୍ଳୀ: ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସନ୍ଦୀପ ପାଠକଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି ଜାତୀୟ ସାଧାରଣ ସଚିବ ଭାବେ ନିଯୁକ୍ତି ଦେଇଛି। ପାଠକ ନିକଟରେ ହୋ‌ଇଥିବା ପଞ୍ଜାବ ଏବଂ ଗୁଜୁରାଟ ନିର୍ବାଚନରେ ଦଳର ନିର୍ବାଚନୀ ଇନ୍‌-ଚାର୍ଜ ଥିଲେ। ପଞ୍ଜାବରେ ଆପ୍‌ କଂଗ୍ରେସକୁ ପରାସ୍ତ କରିଛି। ତେବେ ଗୁଜୁରାଟରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କର ଏହି ଦଳ ମାତ୍ର ୫ଟି ଆସନ ହାତେଇଛି। ରାଜ୍ୟରେ ସମୁଦ‌ାୟ ୧୮୨ ଆସନ ଥିବା ବେଳେ ଆପ୍‌ ମାତ୍ର ୧୩ ପ୍ରତିଶତ ଭୋଟ୍‌ ପାଇଛି।

ସନ୍ଦୀପ ପାଠକଙ୍କୁ ଦଳର ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ (ଜାତୀୟ ସାଧାରଣ ସଚିବ) ଭାବେ ନିଯୁକ୍ତି ଦିଆଯାଇଛି। ଆପ୍‌ ତା’ର ଟ୍ବିଟର୍‌ ହ୍ୟାଣ୍ଡେ୍‌ଲରେ ଏହି ସୂଚନା ଦେଇଥିବା ବେଳେ ଦଳର ମୁଖ୍ୟ କେଜ୍ରିୱାଲ୍‌ ତାହାକୁ ସେୟାର କରି ପାଠକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.