ଦିଲ୍ଲୀ ବିମାନବନ୍ଦର ପାଇଁ ନୂଆ ଆଡ୍‌ଭାଇଜରି ଜାରି କଲା ଇଣ୍ଡିଗୋ; ଉଡ଼ାଣର ୩.୫ ଘଣ୍ଟା ପୂର୍ବରୁ ପହଞ୍ଚିବେ ଯାତ୍ରୀ

add-all

ନୂଆଦିଲ୍ଲୀ: ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଜିଆଇଏ)ରେ ଭିଡ଼ ଓ ବିଶୃଙ୍ଖଳା ନେଇ ଅଭିଯୋଗ ହେବା ପରେ ମଙ୍ଗଳବାର ସକାଳୁ ଇଣ୍ଡିଗୋ ଏୟାରଲାଇନ୍ ପକ୍ଷରୁ ଯାତ୍ରୀମାନଙ୍କ ସକାଶେ ଏକ ପରାମର୍ଶ ପତ୍ର ଜାରି କରାଯାଇଛି। ଏହି ପରାମର୍ଶ ପତ୍ରରେ ଘରୋଇ ଉଡ଼ାଣ କ୍ଷେତ୍ରରେ ଯାତ୍ରୀମାନଙ୍କୁ ବିମାନ ଉଡ଼ାଣର ଅତି କମ୍‌ରେ ୩.୫ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବାକୁ କୁହାଯାଇଛି। ଯାତ୍ରୀମାନେ ଯାତ୍ରା କାଳରେ ଖାଲି ଗୋଟାଏ ବ୍ୟାଗ୍‌ ନେଇ ପାରିବେ। କେବଳ ସେତିକି ନୁହେଁ, ସେଥିରେ ନେଉଥିବା ବ୍ୟାଗ୍‌ର ଓଜନ ୭ କିଲୋ ମଧ୍ୟରେ ସୀମିତ ରହିବା ଉଚିତ ବୋଲି ମଧ୍ୟ ଏହି ପରାମର୍ଶ ପତ୍ର ବା ଆଡ୍‌ଭାଇଜରିରେ ଉଲ୍ଲେଖ କରାଯାଇଛି।
ପୂର୍ବରୁ ଅନେକ ସମୟରେ ଚେକ୍‌-ଇନ୍‌ ବେଳେ ବିଳମ୍ବ ହୋଇଥିବା ହେତୁ ଅନେକ ଥର ବିମାନ ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଉଡ଼ାଣ ଭରିଛି। ଏହି ସମସ୍ୟାକୁ ଦୂରେଇବା ପାଇଁ ଇଣ୍ଡିଗୋ ଏପରି ଘୋଷଣା କରିଛି। ଯାତ୍ରୀମାନଙ୍କ ସୁବିଧା ସକାଶେ ଦିଲ୍ଲୀ ବିମାନ ବନ୍ଦରର ଗେଟ୍‌ ନମ୍ବର ୫, ୬ ଓ ଟର୍ମିନାଲ ୩ ବ୍ୟବହାର କରିବାକୁ କୁହାଯାଇଛି। ଏହି ଟର୍ମିନାଲ୍‌ ଇଣ୍ଡିଗୋ ବିମାନରୁ ନିକଟତର ହୋଇଥିବାରୁ ଏହାକୁ ବ୍ୟବହାର କଲେ ଯାତ୍ରୀମାନଙ୍କୁ ସୁବିଧା ହେବ ବୋଲି ଜାରି ହୋଇଥିବା ଅଡ୍‌ଭାଇଜରିରେ ପ୍ରକାଶ ପାଇଛି। ଇଣ୍ଡିଗୋ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ଏହି ଆଡ୍‌ଭାଇଜରି ଜାରି କରିଛି।

ad-week
Leave A Reply

Your email address will not be published.