
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଓ ଦୌରା ତଥା ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ବାରମ୍ବାର କୋର୍ଟର ନୋଟିସକୁ ଅବମାନନା କରି ନିର୍ଦ୍ଧାରିତ ଧାର୍ଯ୍ୟ ତାରିଖ ଗୁଡିକରେ କୋର୍ଟରେ ହାଜର ନହେବାରୁ ମାନ୍ୟବର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଆରସେଲ କିସପୋଟାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଅଭିଯୁକ୍ତ ଚିତ୍ରକୋଣ୍ଡା ମାର୍କେଟ ଲାଇନର ସେକ ଜିଲାଲି,ବୟସ-୨୪ ପିତା- ସେକ ଛୋଟା ଅଲି ଘରକୁ ଯାଇ ପଚାରି ବୁଝିନ୍ତି ସେକ ଜିଲାଲି ଘରେ ନାହିଁ ଘର ତାଲାସି କରିବା ସହ ଚିତ୍ରକୋଣ୍ଡା ସମତି ସଭ୍ୟ ରାଜକମଳ ପୁରୋହିତ ତଥା ଚିତ୍ରକୋଣ୍ଡା ମାର୍କେଟ ଲାଇନର ଗ୍ରାମବାସୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଜିଲାଲି ଘର କାନ୍ଥରେ ପଳାତକ ର ନୋଟିସ ମରାଯିବ ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ପଳାତକ ଘୋଷଣା କରାଯାଇ ଗିରଫ ପରୱାନ ଜାରି କରାଯାଇଛି l ଆଜି ଠାରୁ ଧାର୍ଯ୍ୟ ତାରିଖ ମଧ୍ୟରେ କୋର୍ଟରେ ହାଜର ନହେଲେ ତାଙ୍କର ଥିବା ସମସ୍ତ ସମ୍ପତି କୁ ଆଇନ ଅନୁଯାୟୀ ବାଜ୍ୟପ୍ତି କରାଯିବ ଘୋଷଣାରେ ଉଲ୍ଲେଖ କରାଯାଇଛି l ଉକ୍ତ ଜିଲାଲି ର ନାମରେ ଏକ ଏନ.ଡି.ପି.ଏସ. କେସ ନମ୍ବର 118/2020 ମାମଲା ଅନୁଯାୟୀ ଜିଲାଲି ଫେରାର ରହି କୋର୍ଟର ନିର୍ଦ୍ଦେଶକୁ ବାରମ୍ବାର ଅବମାନନା କରିଥିବାରୁ ବିଚାରିପତି ଉକ୍ତ ନିଷ୍ପତ୍ତି ଘୋଷଣା କରିଛନ୍ତି l କେବଳ ଅଭିଯୁକ୍ତ ଜିଲାଲି ନୁହେଁ ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ଥିବା ଅଞ୍ଚଳ ମଧ୍ୟରେ ରହିଥିବା ଏଇଭଳି ଏନ.ଡି.ପି.ଏସ. ତଥା ଅନ୍ୟାନ୍ୟ ମାମଲାରେ ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ମାନଙ୍କ ନିମନ୍ତେ ମାନ୍ୟବର କୋଟ ଙ୍କର ନିର୍ଦ୍ଦେଶକ୍ରମେ ପଳାତକ ଘୋଷଣା କରାଯାଇ ଗିରଫ ପରୱାନ ଜାରି କରାଯିବ ବୋଲି ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ା ପ୍ରକାଶ କରିଛନ୍ତି l ଚିତ୍ରକୋଣ୍ଡା ଥାନା ଆନୁକୂଲ୍ୟରେ ଏଇଭଳି ପ୍ରଥମ ଥର ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି l