ତାମାଙ୍ଗୀ ଗ୍ରାମପ୍ରତି ଭୁସ୍ଖଳନ ବିପଦ ଥିବା ଆଶଙ୍କା କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

add-all

ଦାରିଙ୍ଗବାଡ଼ି,୨୨/୧୦: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ଉପକଣ୍ଠରେ ଥିବା ପାହାଡ଼ରେ ଗତ ଜୁଲାଇ ସାସରେ ଲଗାଣ ବର୍ଷାରେ ଭୂସ୍ଖଳନ ହୋଇ ପ୍ରାୟ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯିବା ସହ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ ଲାଗିଛି। ଏହି ବିପଦ ସଙ୍କୁଳତାକୁ ଲକ୍ଷ୍ୟରେ ରଖି ବ୍ଲକ ପ୍ରଶାସନଙ୍କ ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାପାଳ ଡା.ଆଶିଷ ଈଶ୍ୱର ପାଟିଲ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଣୁ ଓଡ଼ିଶା ଦକ୍ଷିଣାଞ୍ଚଳ ଭୂତତ୍ତ୍ବବିତ୍ ଲାଜବନ୍ତି ଦେବୀଙ୍କ ନେତୃତ୍ୱରେ ଏକ ଟିମ ଆସି ଉକ୍ତ ସ୍ଥାନ ଅନୁଧ୍ୟାନ କରିବା ସହ ବିଭିନ୍ନ ମାଟି, ବାଲି ଓ ପଥର ଏହିପରି ୫ଟି ନମୁନା ସଂଗ୍ରହ କରି ପରିକ୍ଷା କରିବା ପରେ ସେହି ଅଞ୍ଚଳ ବିପଦ ଥିବା ଜିଲ୍ଲା ପ୍ରଶାସନଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଫଳରେ ଉକ୍ତ କୁମ୍ଭାରୀପଦର ଗ୍ରାମ ସମସ୍ତ ୯୬ ପରିବାରକୁ ସେହି ସ୍ଥାନରୁ ଅନ୍ୟ ସ୍ଥାନରେ ଥଇଥାନ କରିବା ପାଇଁ ସମସ୍ତ କାର୍ୟ୍ଯ କରୁଥିବା ଜଣାପଡିଛି। ହେଲେ ପଡ଼ୋଶୀ ତାମାଙ୍ଗୀ ଗ୍ରାମ କୁମାରପଦର ଗ୍ରାମଠାରୁ ପ୍ରାୟ୨୦୦ମିଟର। ଏଣୁ ତାମାଙ୍ଗି ଗ୍ରାମ ସହିତ ପଡା ଗ୍ରାମ ପିଡିକାରିପି, ଦାସଙ୍ଗପଙ୍କା,କସପଙ୍କା ଗ୍ରାମ ବାସୀ ଭବିଷ୍ୟତରେ ଭୁସ୍ଖଳନ ବିପଦ ଥିବା ଆଶଙ୍କା କରି ଆଜି ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଗ୍ରାମବାସି ମାନେ ମିଳିତ ଭାବେ ତହସିଲଦାର ଡା.ଅଶୋକ କୁମାର ଦାସ, ବିଡିଓ ଗଦାଧର ପାତ୍ର ଓ ସମିତି ଅଧ୍ୟକ୍ଷ ଶୁଶାନ୍ତ ପ୍ରଧାନଙ୍କୁ ସାକ୍ଷାତ କରି ଏହି ବିଷୟରେ ଆଲୋଚନା କରିବା ସହ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ad-week
Leave A Reply

Your email address will not be published.