
ଉମରକୋଟ : ସମସ୍ତ ଓଡ଼ିଶା ସାରା ଗତ ୨୧ ତାରିଖଠାରୁ ଠାରୁ ଅଲ ଓଡ଼ିଶା ଅଙ୍ଗନୱାଡି କର୍ମୀ, ଏବଂ ପାଚିକା ମାନେ ୭ ଦଫା ଦାବି ନେଇ ଧାରଣା ଦେବା ସହ ବିଭିନ୍ନ ଜିଲ୍ଲାର ବ୍ଲକ ଅଫିସ ଠାରୁ ଆରମ୍ବ କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ | କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଏହି ଅଙ୍ଗନବାଡ଼ି ଓ ପାଚିକା ମାନଙ୍କର କୌଣସି କଥା ନ ମାନି ଓ କିଛି ପଦକ୍ଷେପ ନ ନେବାରୁ ସମସ୍ତ ଅଙ୍ଗନୱାଡି ବର୍ତ୍ତମାନ ଠପ ହୋଇଯାଇଅଛି | ଏହା ଦ୍ଵାରା ତିନି ବର୍ଷର କମ କୁନି କୁନି ପୁଅ ଝିଅଙ୍କର ଭବିଷ୍ୟତ ପାଠ ପଡ଼ାରୁ ବଞ୍ଚିତ ହୋଇ ଅନ୍ଧକାରମୟ l ବିଭିନ୍ନ ମହଲରୁ ଅଙ୍ଗନୱାଡି କର୍ମୀମାନଙ୍କୁ ସହିତ ଏକ ସ୍ବରରେ ସ୍ୱର ମିଳାଇ ସହଯୋଗର ହାତ ବଡ଼େଇ ସମର୍ଥନ କରୁଛନ୍ତି l ଓଡ଼ିଶାର ସବୁଆରେ ଅନଶନ ଆଉ ଧର୍ମଘଟ, ସୂଚନା ଅନୁଯାୟୀ ଆଜି ଉମରକୋଟ ବ୍ଲକର ତୋହରା ପଞ୍ଚାୟତରେ ସମସ୍ତ ଅଙ୍ଗନୱାଡି କର୍ମୀ ଏବଂ ପାଚିକା ମାନଙ୍କର ଅନଶନ ଦେଖିବାକୁ ମିଳିଲା l ସମସ୍ତ ଅଙ୍ଗନବାଡ଼ି ଓ ପାଚିକା ସେମାନଙ୍କର ଆଠ ଦଫା ଦାବିପତ୍ର ତୋହରା ପଞ୍ଚାୟତର ସରପଞ୍ଚ ଶ୍ରୀ ସଦାନନ୍ଦ ମାଝୀଙ୍କୁ ଜରିଆରେ ପ୍ରଶାସନ ଓ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l ଅଙ୍ଗନୱାଡି କର୍ମୀ ମାନଙ୍କୁ ଏହି ଅନଶନକୁ ସରପଞ୍ଚ ଶ୍ରୀ ମାଝୀ ସମର୍ଥନ କରିବା ସହିତ କହିଛନ୍ତି ସରକାର ଓ ପ୍ରଶାସନଙ୍କୁ ତୁରନ୍ତ ଦାବିପତ୍ର ପ୍ରଦାନ କରିବି | ସରକାର 8 ଦଫା ଦାବି ନ ମାନିଲେ ବିଶେଷ କରି ଗର୍ଭ ବତୀ ମା, ପ୍ରସୁତି ମା, ଏବଂ ସଦ୍ୟଜାତ ଶିଶୁ ଓ ଅଙ୍ଗନବାଡ଼ି ପାଠ ପଡ଼ିଯିବା କୁନି କୁନି ପୁଅ ଝିଅ ମାନଙ୍କର ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପରିବ l ସରକାର ଓ ପ୍ରଶାସନ ଆଗାମୀ ଦିନରେ ଗର୍ଭବତୀ ମା,ପ୍ରସୁତି ମା,ସଦ୍ୟଜାତ ଶିଶୁ ମା ଓ କୁନି କୁନି ପାଠ ପଡ଼ିବା ପୁଅ ଝିଅ ମାନଙ୍କ କଲ୍ୟାଣ ଲାଗି ଅଙ୍ଗନୱାଡି କର୍ମୀ ଓ ପାଚିକାମାନଙ୍କ ଦାବୀ ମାନିନେବା ଉଚିତ |