ଗ୍ରାମାଞ୍ଚଳସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ

add-all

ଫୁଲବାଣୀ : ଫୁଲବାଣୀ ବ୍ଲକର ବିଶିପଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁମୁରିଗୁଡ଼ା ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଏବଂ ବାନର ସେନା ଯୁବକ ସଂଘ ଦୂମୁରିଗୁଡ଼ାର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳ ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ବିଶିପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ସକାଳୀ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଜଳନ୍ଧର ବେହେରା ,ନାଏବ ସରପଞ୍ଚ ସଞ୍ଜୀବ କୁମାର ଦିଗାଲ , ପ୍ରଧାନ ଶିକ୍ଷକ ଅଭିନ ଚନ୍ଦ୍ର ପାଇକରାୟ, ସଞ୍ଜୟ କୁମାର ଦାସ , ସୌଭାଗ୍ୟବତୀ ଦାସ ,ସଙ୍ଗୀତା ସାହୁ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହରା ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ଫୁଟବଲ୍, ଭଲିବଲ, କବାଡି , ଦୌଡ଼କୁଦ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଫାଇନାଲ ମ୍ୟାଚ ଟି ଦଳବଳି ଫୁଟବଲ୍ ଟିମ୍ ଓ ବକ୍ତିଙ୍ଗିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପେନାଲ୍ଟି ସୁଟ ରେ ୮-୭ ସେଟ୍ରେ ବକ୍ତୀଙ୍ଗିଆ ଦଳକୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟ ରେ ଉପସ୍ଥିତ ଥିବା କ୍ରୀଡ଼ା ପ୍ରେମୀ ଭାଇ ଭଉଣୀଙ୍କୁ ଅବଗତ କରାଇଥିଲେ । ଏହି ପ୍ରତିଯୋଗିତାରେ ବିଜୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚ୍ କୁ ରେଫରି ଭାବରେ ରଞ୍ଜିତ କୁମାର ବିଶୋଇ,ନିରଞ୍ଜନ ସାହୁ ଏବଂ ଲାଇନ୍ ମାନ ଭାବରେ ହନକ କୁମାର ଦିଗାଲ ,ବ୍ରଜ ଦିଗାଲ ପରିଚାଳନା କରିଥିଲେ । ବୈଠକରେ ବାନର ସେନା ଯୁବକ ସଂଘର ସଭାପତି କ୍ଷୀରୋଦ କୁମାର ଦିଗାଲ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ଉପସ୍ଥିତ କ୍ରୀଡ଼ା ପ୍ରେମୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସମ୍ପାଦକ ଚନ୍ଦନ କହଁର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.