
ଦାରିଙ୍ଗବାଡ଼ି,୧୪/୧୨: ରାଜ୍ୟ ସରକାର ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମର ସମସ୍ତ ୯୬ ପରିବାରକୁ ଶୀତ ପାଇଁ କମ୍ବଳ ସହିତ ବିଭିନ୍ନ ଘରୋଇ ଆବାସ ପତ୍ର ପ୍ରଦାନ କରିଛନ୍ତି। କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଅନୁସୂଚିତ ଜନଜାତି ଉନ୍ନୟନ କମିଟି ଅଧ୍ୟକ୍ଷ ରୋଦନ ମଳିକ, ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର ଓ ତହସିଲଦାର ଡ଼ଃ ଅଶୋକ କୁମାର ଦାସଙ୍କ ଉପସ୍ଥିତରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗ୍ରାମବାସୀଙ୍କୁ ସମସ୍ତ ଆବାସ ପତ୍ର ବଣ୍ଟନ କଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ ଅଞ୍ଜଳି ମହାପାତ୍ର ,ଏମପି ପ୍ରତିନିଧି ଅକ୍ଷୟ ନାୟକ ଉପସ୍ଥିତ ଥିଲେ। ସମସ୍ତ ସୁବିଧା ପାଇ ଗ୍ରାମବାସୀ ଖୁସି ବ୍ୟକ୍ତ କରି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବରରେ ହୋଇଥିବା ଲଗାଣ ବର୍ଷାରେ କୁମ୍ଭରିପଦାର ଗ୍ରାମ ନିକଟରେ ଥିବା ପାହାଡ଼ ଲଗାତାର ଦୁଇଥର ଭୁସ୍ଖଳନ ହୋଇଥିଲା। ଚଳିତ ବର୍ଷ ଭୁସ୍ଖଳନ ପରେ ସେହି ସ୍ଥାନକୁ ବିଡ଼ିଓ ଗଦାଧର ପାତ୍ର, ତହସିଲଦାର ଡ଼ଃ ଅଶୋକ କୁମାର ଦାସ ବାରମ୍ବାର ସେହି ସ୍ଥାନକୁ ଯିବା ସହ ଲୋକଙ୍କ ସୁରକ୍ଷା ପାଇଁ ଜିଲାପାଳଙ୍କ ସହ ଆଲୋଚନା କରି ତାମାଙ୍ଗି ସ୍କୁଲ ରେ ରନ୍ଧା ଖାଦ୍ୟ ଦେଇ ଲୋକଙ୍କୁ ଥଇଥାନ କରିଥିଲେ।