ଓଡିଶା ସୀମାନ୍ତ ସ୍ୱାଭିମାନ ଅଞ୍ଚଳରେ ବହୁମୂଖୀ ସ୍କୁଲର ଶିଳାନ୍ୟାସ…

add-all

ଚିତ୍ରକୋଣ୍ଡା: ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ମଣ୍ଡାପାଲି ଠାରେ ଏକ ବହୁମୁଖୀ ସ୍କୁଲର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି। ଉକ୍ତ ଶିଳାନ୍ୟାସ କରିଛନ୍ତି ଓଡିଶା ସ୍ୱତ୍ରନ୍ତ୍ର ବିକାଶ ପରିଷଦର ରାଜ୍ୟ ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝୀ କରିଥିଲେ। ରାଜ୍ୟ ସରକାର ଓ ଆରସଲର ମିତ୍ତଲ ନିପନ ଷ୍ଟିଲ ଲିମିଟେଡ଼ କମ୍ପାନୀ ତରଫରୁ ଦୁଇ କୋଟି ବ୍ୟୟ କରାଯାଇ ବହୁମୁଖୀ ବିଦ୍ୟାଳୟ ଟି ନିର୍ମାଣ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି ରାଜ୍ୟ ସରକାର ଛ ଏକର ଜମି ଯୋଗାଇ ଥିବା ଓ କମ୍ପାନୀ ବହୁ ମୁଖୀ ବିଦ୍ୟାଳୟ କରିବ।ଯେଉଁ ଅଣ ଆଦିବାସୀ ପିଲାମାନେ ଓ ଗରିବ ଶ୍ରେଣୀ ପିଲାଏ ପାଠ ପଢାରୁ ବଂଚିତ ରହୁଥିଲେ ପ୍ରଥମ ରୁ ଉଚ୍ଚ ଶିକ୍ଷା ତତସହିତ ହଷ୍ଟେଲ ସୁଭିଧା ହେବ ଯଦ୍ୱାରା ଛାତ୍ରଛାତ୍ରୀ ସୁବିଧାରେ ପାଠପଢି ପାରିବେ ବୋଲି ପିଏ ଆଇଟିଡିଏ ଶ୍ରୀ ତ୍ରିନାଥ ମାଝୀ କହିଛନ୍ତି ସ୍ୱାଭିମାନଞ୍ଚଳ ଛାତ୍ରଛାତ୍ରୀ ପଡିପାରିବେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ତାଙ୍କ ସହିତ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ, ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ,ବିଜୁ ଜନତା ଦଳ ଜିଲା ସଭାପତି ଦୃଗା ତ୍ରିପାଠୀ,ଜିଲା ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଯୁବଜିଲା ସଭାପତି ତଥା ଜିଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧକ୍ଷ ଆଡମା ରାବା,ଜିଲା ମହିଳା ସଭାପତି ଲଷ୍ମୀ ପ୍ରିୟା ନାୟକ, ଚିତ୍ରକୋଣ୍ଡା ଯୁବ ସଭାପତି ରାଜକମଲ ପୁରୋହିତ, ବରିଷ୍ଠ କର୍ମି ଦେବେନ୍ଦ୍ର ଦାଶ, ଅମିତ ଅଗ୍ରୱାଲ ଉପସ୍ଥିତ ଥିଲେ l ଉକ୍ତ ବିଦ୍ୟାଳୟରେ ପିଲାମାନେ ପାଠପଢ଼ିବା ସହିତ ରହିବାକୁ ହଷ୍ଟେଲ ବ୍ୟବସ୍ଥା ମଧ୍ୟ କରାଯିବାର ଅଛି ।ଏଥି ସହ ଶ୍ରୀ ମାଝୀ ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ବୁଲି ଦେଖିବସହ କିପରି କାମଗୁଡିକ ଯଥାଶୀଘ୍ର ସରିବ ସେ ବିଷୟରେ ତଦାରଖ କରିଥିଲେ।ଏହି ଶିଳାନ୍ୟାସ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆର୍ସେଲର ମିତଳ ନିପନ ଷ୍ଟିଲ ର ମାନବ ସମ୍ବଳ ଅଧିକାରୀ ଡି.ଏସ.ବର୍ମା ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.